ନୂଆଦିଲ୍ଲୀ: ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗିରଫ ହୋଇଛନ୍ତି।
ପୁଲିସ୍ ଅଭିଯୁକ୍ତ ରଜନେତାଙ୍କୁ ଗିରଫ କରି ମାମଲାର ତଦନ୍ତ କରୁଛି। ରାଜନେତାଙ୍କୁ ଗିରଫ କରିବା ପରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି।
ଗତବୁଧବାର ହୋଇଥିବା ଘଟଣାକୁ ନେଇ ଆରଏଏସ ଅଧିକାରୀ ଅନ୍ୟ କିଛି ଅଧିକାରୀଙ୍କ ସହ ମିଶି ଟିନା ଡାବିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ଟିନା ଡାବି ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୃତି ଦେଇ କହିଛନ୍ତି,‘ ମୁଁ ବି ଆପଣଙ୍କ ସହିତ ଅଛି। ଆମର ବି ଆସୋସିଏସନ ଏହି ଘଟଣା ବିଷୟରେ ଅବଗତ ହୋଇଛି। ଜଣେ ଡିୟୁଟିରେ ଥିବା ଅଧିକାରୀଙ୍କ ସହିତ ଏମିତି ଘଟଣା ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଅଭିଯୁକ୍ତକୁ କଠୋର ଦଣ୍ଡ ଦିଆଯିବ।’
ନରେଶ ମୀନା ଙ୍କ ଗିରଫଦାରୀକୁ ନେଇ ଟଙ୍କ୍ ଜିଲ୍ଲାର ପୁଲିସ୍ ସୁପର୍ଟେଣ୍ଡେଣ୍ଟ୍ ବିକାଶ ସଙ୍ଗୱାନ୍ କହିଛନ୍ତି, ‘‘ଆମେ ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନାଙ୍କୁ କହିଥିଲୁ ତୁମେ ଆତ୍ମ ସମର୍ପଣ କର। ଆଇନ୍କୁ ହାତକୁ ନିଅ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/14/3pWV6MCArJ5QdKkbc0sF.jpg)