ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖ ଓ ୧ ତାରିଖ ଦେଶ ପାଳନ କରିବ ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି। ଏବେ ମହାକାଶରୁ ବି ଭାରତବାସୀଙ୍କ ପାଇଁ ପହଞ୍ଚି ଯାଇଛି ଦୀପାବଳି ଶୁଭେଚ୍ଛା ବାର୍ତ୍ତା। ମହାକାଶରୁ ଦୀପାବଳି ବାର୍ତ୍ତା । ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ନାସାର ମହାକାଶ ବିଜ୍ଞାନୀ ସୁନିତା ୱିଲୟମ୍ସ ଦୀପାବଳି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପୃଥିବୀଠୁ ୨୬୦ ମାଇଲ ଅର୍ଥାତ୍ ୪୨୦ କିଲୋମିଟର ଦୂରରୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ସ୍ପେଶ୍ କୁଇନ୍ । ତାଙ୍କ ବାପା ତାଙ୍କୁ ଦୀପାବଳିର ପରମ୍ପରା , ରିତିନୀତି ଏବଂ ଅନ୍ୟ ଭାରତୀୟ ପର୍ବ ଉପରେ ଶିକ୍ଷା ଦେଇଥାନ୍ତି ବୋଲି ସୁନିତା ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି । ସୁନିତା ଗତ ଜୁନ୍ ମାସରୁ ମହାକାଶକୁ ଯାତ୍ରା କରିଥିଲେ ।
ସପ୍ତାହ ମଧ୍ୟରେ ପୁଣି ପୃଥିବୀ ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା , ହେଲେ ବୈଷୟିକ ଅସୁବିଧା ହେତୁ ସେ ଏପର୍ଯ୍ୟନ୍ତ ଫେରିପାରିନାହାଁନ୍ତି। ଆଶା କରାଯାଉଛି ସେ ବହୁତ ଶିଘ୍ର ପୃଥିବୀ ଫେରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/29/Kum1TSkGY6AOvDZ8YbYL.jpg)