ପୃଥିବୀ ପରି ଜୀବଜଗତ ଥିବା ଗ୍ରହ ମିଳିବା ଆଶା ବଢିଲା, ନାସା ଦ୍ୱାରା ୯୫ଟି ନୂଆ ଗ୍ରହ ଆବିଷ୍କୃତ

ନ୍ୟୁୟର୍କ: ଆମ ସୌରଜଗତ ବାହାରେ ପ୍ରାୟ ୯୫ଟି ଗ୍ରହର ଆବିଷ୍କାର କରିଛି ଆମେରିକୀୟ ମହାକାଶ ସଂସ୍ଥା ନାସା। ଏଗୁଡ଼ିକ ନିଜ ନିଜର ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରୁଛନ୍ତି । ନାସାର କେପଲର ସ୍ପେଶ୍‌ ଟେଲିସ୍କୋପ ପକ୍ଷରୁ ଏହି ଆବିଷ୍କାର କରାଯାଇଛି ।  ୨୦୦୯ରେ ଲଞ୍ଚ୍‌ ହୋଇଥିବା କେପଲର୍‌ ମୋଟ ୫ ହଜାର ମହାଜାଗତିକ ବସ୍ତୁକୁ ଚିହ୍ନଟ କରିଥିଲା । ଏଗୁଡ଼ିକ ମଧ୍ୟରୁ ପ୍ରାୟ ୨୫୦୦ଟି ଗ୍ରହ ବୋଲି ନିଶ୍ଚିତ ହୋଇଯାଇଛି । ତେବେ ଏଗୁଡିକ ମଧ୍ୟରୁ ପ୍ରାୟ ୯୫ଟି ଗ୍ରହ ସହିତ ପୃଥିବୀର ସାଦୃଶ୍ୟ ରହିଥିବା ଜଣାଯାଇଛି । ଏହି ଆବଷ୍କାର ଫଳରେ ପୃଥିବୀ ପରି ଜୀବଜଗତ ( କିମ୍ବା ଆଲିଏନ), ବାୟୁ ମଣ୍ଡଳ, ସମୁଦ୍ର ଥିବା ଆଉ ଏକ ଗ୍ରହ ମିଳିବାର ଆଶା ବଢିଯାଇଛି ।

ଏହି ଆବିଷ୍କାରକୁ ଡେନମାର୍କ ସ୍ଥିତ ଟେକନିକାଲ ୟୁନିଭର୍ସିଟିର ନାସନାଲ ସ୍ପେଶ ୟୁନିଭର୍ସିଟିର ଗବେଷକ ଆଣ୍ଡ୍ରିୟୁ ମାୟୋଙ୍କ ନେତୃତ୍ୱରେ ଏକ ଟିମ କରିଛି । ୨୦୧୩ରେ କେପଲରେ ଦେଖାଦେଇଥିବା କେତେକ ଯାନ୍ତ୍ରିକ ତ୍ରୁଟି ପରେ ତାହାର ପର୍ଯ୍ୟବେକ୍ଷଣ କ୍ଷେତ୍ରକୁ ବଦଳାଯାଇଥିଲା ଓ ଆଉ ଏକ ନୂଆ ସ୍ପେଶ ଟେଲିସ୍କୋପ କେ-ଟୁ ଲଞ୍ଚ୍‌ କରାଯାଇଥିଲା ।

 

 

ସମ୍ବନ୍ଧିତ ଖବର