ଓ୍ଵାସିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ(ନାସା) ମଙ୍ଗଳ ପୃଷ୍ଟରେ ହେଲିକପ୍ଟର ଉଡ଼ାଇବାର ଯୋଜନା ଚଳାଇଛି। ୨୦୨୦ରେ ହେବାକୁ ଥିବା ନାସାର ମଙ୍ଗଳ ମିସନ ଆଧାରରେ ଏକ ରୋବୋଟକୁ ମଙ୍ଗଳ ପଠାଯିବା ସହ ଏକ ଛୋଟ ହେଲିକପ୍ଟର ମଧ୍ୟ ପଠାଯିବ। ଏଭଳି ଘଟଣା ପ୍ରଥମ ଥର ପାଇଁ ହେବାକୁ ଯାଉଛି, ଯେତେବେଳେ କୌଣସି ଗ୍ରହରେ ଏଭଳି ମାନବ ବିହୀନ ବିମାନ ଉଡ଼ାଣ କରାଯିବ। ଏହି ହେଲିକପ୍ଟରକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ଏହି କ୍ଷୁଦ୍ର ହେଲିକପ୍ଟରର ଓଜନ ମାତ୍ର ୧.୮ କି.ଗ୍ରା ଥିବା ବେଳେ ଏହାର ନିର୍ମାଣ ପାଇଁ ନାସାର ବୈଜ୍ଞାନିକଙ୍କୁ ୪ ବର୍ଷରୁ ଅଧିକ ସମୟ ଲାଗି ଯାଇଛି। ମଙ୍ଗଳର ଅତି ପତଳା ବାୟୁମଣ୍ଡଳରେ ଉଡ଼ାଣ କରିବାର କ୍ଷମତା ଥିବା ଭଳି ଏହି ହେଲିକପ୍ଟରକୁ ରିମୋଟ ଦ୍ୱାରା ନିୟନ୍ତ୍ରଣ କରାଯିବ। ଏହି ହେଲିକପ୍ଟରରେ ୨ଟି ବିପରୀତ ମୁହାଁ ବ୍ଲେଡ ଲାଗିଛି ଯାହା ପ୍ରତି ମିନିଟରେ ୩ ହଜାର ଥର ଘୂରି ପାରିବ। ପୃଥିବୀରେ ଉଡ଼ାଣ କରୁଥିବା ହେଲିକପ୍ଟରଗୁଡ଼ିକର ବ୍ଲେଡ ମିନିଟକୁ ସର୍ବାଧିକ ୨୮୦ରୁ ୩ଶହ ଥର ଘୂରିଥାଏ। ମଙ୍ଗଳର ବାୟୁମଣ୍ଡଳ ପୃଥିବୀ ବାୟୁମଣ୍ଡଳର ୧ ପ୍ରତିଶତ ସାମାନ ହୋଇଥିବାରୁ ଯେତେବେଳେ ବି ଏହା ମଙ୍ଗଳ ପୃଷ୍ଠରେ ଉଡ଼ିବ ତାହା ପୃଥିବୀ ତୁଳନାରେ ୧ଲକ୍ଷ ଫୁଟ ଅଧିକ ଉଚ୍ଚତାରେ ରହିବ। ଏହି ମିନି ହେଲିକପ୍ଟର ବା ରୋଟରକ୍ରାଫ୍ଟକୁ ଏକ ଛୋଟ ମଟରଗାଡ଼ି ଭଳି ଯାନରେ ପଠାଯିବ। ଯାହା ମଙ୍ଗଳ ପୃଷ୍ଠରେ ଏହାକୁ ଅବତରଣ କରାଇବା ପରେ ଦୂରରେ ରହି ନିୟନ୍ତ୍ରଣ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହି ହେଲିକପ୍ଟର ଉଡାଣ ସଫଳ ହେଲେ ନାସାର ମଙ୍ଗଳ ମିସନ ମଧ୍ୟ ସଫଳ ହେବ ବୋଲି କୁହାଯାଇଛି।
ମଙ୍ଗଳରେ ହେଲିକପ୍ଟର ଉଡ଼ାଇବ ନାସା
/sambad/media/post_attachments/wp-content/uploads/2018/05/nasa_mars_helicopter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)