ଅତୀତ ଜୀବନର ସଙ୍କେତ ଖୋଜିବା ପାଇଁ ମଙ୍ଗଳ ଗ୍ରହକୁ ନୂଆ ରୋଭର୍ ‘ପର୍ସିଭିୟରାନ୍‌ସ୍’ ପ୍ରେରଣ କଲା ‘ନାସା’

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଅତୀତର ଜୀବସତ୍ତା ଖୋଜିବା ଲାଗି ଗୁରୁବାର ଦିନ ଫ୍ଲୋରିଡାର କେପ୍ କାର୍ଣ୍ଣିଭାଲ୍‌ରୁ ଆଟ୍‌ଲାସ୍ ୫ ରକେଟ୍‌ ଦ୍ବାରା ନାସା ୨. ୪ ବିଲିୟନ୍ ଡଲାର୍ ମିସନ୍‌ରେ ଅତ୍ୟାଧୁନିକ ରୋଭର୍ ‘ପର୍ସିଭିୟରାନ୍‌ସ୍’ ଉତ୍‌କ୍ଷେପଣ କରିଛି।

ମଙ୍ଗଳ ଗ୍ରହରେ ଗୋଟାଏ ଛୋଟ ହେଲିକପ୍ଟର୍ ମୁତୟନ କରିବାକୁ କାର୍ ଆକାରର ଏହି ଛଅଚକିଆ ବୈଜ୍ଞାନିକ ଯାନ ବା ‘ନେକ୍‌ଷ୍ଟ୍ ଜେନେରେସନ୍ ରୋବଟିକ୍ ରୋଭର୍’ ବ୍ୟବସ୍ଥା କରାଯାଇଛି। ଏହା ଛଡ଼ା ଭବିଷ୍ୟତର ମାନବ ଅଭିଯାନ ପାଇଁ ଏହା ଉପକରଣ ସବୁର ପରୀକ୍ଷା ମଧ୍ୟ କରିବ। ଆସନ୍ତା ଫେବ୍ରୁଆରି ମାସରେ ଏହା ମଙ୍ଗଳ ଗ୍ରହରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଥିରେ ଥିବା ‘ଇନ୍‌ଜେନ୍ୟୁନିଟି’ ନାମକ ସ୍ବୟଂକ୍ରିୟ ହେଲିକପ୍ଟର୍‌ର ଓଜନ ହେଉଛି ୧. ୮ କି. ଗ୍ରା.। ପ୍ରଥମ ଥର ଲାଗି ଏହା ମଙ୍ଗଳ ଗ୍ରହରେ ଉଡ଼ିବ।

Image Courtesy of Hindustan Times

ଏହା ହେଉଛି ମଙ୍ଗଳ ପୃଷ୍ଠକୁ ‘ନାସା’ର ନବମ ଯାତ୍ରା। ମଙ୍ଗଳ ପୃଷ୍ଠରେ ଥିବା ୮୨୦ ଫୁଟ୍ ଗଭୀର ‘ଜେଜିରୋ’ ନାମକ ଏକ ଗହ୍ବର ମଧ୍ୟରେ ‘ପର୍ସିଭିୟରାନ୍‌ସ୍’ ଅବତରଣ କରିବ। ବୈଜ୍ଞାନିକମାନଙ୍କର ସନ୍ଦେହ ହୁଏ ଯେ ଏହା ୩. ୫ ବିଲିୟନ୍ ବର୍ଷ ତଳର ଗୋଟାଏ ଜଳାଶୟ। ସେଠାରୁ ମଙ୍ଗଳ ଗ୍ରହରେ ଅତୀତରେ ଥିବା ଅଣୁଜୀବର ପ୍ରମାଣ ଥାଇପାରେ।

 

 

ସମ୍ବନ୍ଧିତ ଖବର