ଆମେରିକାରେ ବଢୁଛି ଭାରତୀୟଙ୍କ ପ୍ରଭାବ, ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟଙ୍କର ବଢୁଛି ପ୍ରଭାବ | ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଶପଥ ନେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନରେ ୨୦ରୁ ଅଧିକ ଭାରତୀୟ-ଆମେରିକୀୟ ନିଯୁକ୍ତ କିମ୍ବା ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ଵାଇଟ୍‌ ହାଉସ୍‌ ପରିସର ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିବେ। ଆଉ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ଜଣେ ଭାରତୀୟ ଭାବରେ ଆପଣଙ୍କୁ ଗର୍ବିତ କରାଇବ |

ମିଳିଥିବା ସୂଚନା ମୁତାବକ ଆମେରିକାର ମହାକାଶ ଗବେଷଣା ସଂସ୍ଥା ବା ନାସା(ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ)ର କାର୍ଯ୍ୟକାରୀ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଦାୟିତ୍ୱ ମିଳିଛି | ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଭଵ୍ୟା ଲାଲଙ୍କୁ ନିଯୁକ୍ତି ଦିଆଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଟିମରେ କାର୍ଯ୍ୟ କରିଆସିଥିବା ଭଵ୍ୟା ମାଶାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋକୋଜିରୁ ନ୍ୟୁକ୍ଲିୟର ଇଂଜିନିୟରିଂରେ ସ୍ନାତକ ହାସଲ କରିଥିବାବେଳେ ଜର୍ଜ ୱାଶୀଙ୍ଗଟନ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ପଲିସୀ ଓ ପବ୍ଲିକ ଆଡମିନିଷ୍ଟ୍ରେସନରେ ଡକ୍ଟରେଟ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି |

ଆମେରିକାର ସ୍ପେସ୍ ଏଜେନ୍ସି ନାସା କହିଛି ଯେ ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ଲାଲଙ୍କର ବହୁତ ଅଭିଜ୍ଞତା ଅଛି | ଭଵ୍ୟା ୨୦୦୫ ରୁ ୨୦୨୦ ପ୍ରତିରକ୍ଷା ବିଶ୍ଳେଷଣ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନୀତି ପ୍ରତିଷ୍ଠାନର ଅନୁସନ୍ଧାନକାରୀ ଥିଲେ।

ସମ୍ବନ୍ଧିତ ଖବର