ଚନ୍ଦ୍ରଯାନ-୨ର ଅବତରଣ ସ୍ଥାନର ଉନ୍ନତ ଫଟୋ ପ୍ରକାଶ କଲା ନାସା, କହିଲା ବିକ୍ରମ ହାର୍ଡ ଲ୍ୟାଣ୍ଡିଙ୍ଗ୍‌ କରିଛି

ଓ୍ଵାସିଂଟନ୍‌: ଚନ୍ଦ୍ରର ଦକ୍ଷିଣ ମେରୁର ଯେଉଁ ସ୍ଥାନରେ ଭାରତ ଚନ୍ଦ୍ରଯାନ-୨ର ସଫ୍‌ଟ୍‌ ଲ୍ୟାଣ୍ଡିଙ୍ଗ୍‌ କରାଇବାକୁ ବଡ଼ ଆଶା କରିଥିଲା ସେହି ଅଞ୍ଚଳ ଦେଇ ଉଡ଼ିଯିବା ବେଳେ ନାସାର ଲୁନାର୍‌ ରେକୋନେସାନ୍‌ସ୍‌ ଅର୍ବିଟର୍‌ କ୍ୟାମେରା ଉତ୍ତୋଳିତ କରିଥିବା ଉନ୍ନତ ମାନର ଫଟୋଗୁଡ଼ିକ ଶୁକ୍ରବାର ଦିନ ନାସା ପ୍ରକାଶ କରି ଜାଣି ପାରିଛି ଯେ ବିକ୍ରମ୍‌ ହାର୍ଡ ଲ୍ୟାଣ୍ଡିଙ୍ଗ୍‌ କରିଥିଲା।

ନାସା କହିଛି: ବିକ୍ରମ ହାର୍ଡ ଲ୍ୟାଣ୍ଡିଙ୍ଗ୍‌ କରିଥିଲା। ଚନ୍ଦ୍ରର ପାର୍ବତ୍ୟ ଅଞ୍ଚଳରେ ପଡ଼ିଥିବା ସେ ମହାକାଶଯାନର ନିର୍ଦ୍ଦିଷ୍ଟ ସ୍ଥାନ ଏଯାବତ୍‌ ନିରୂପଣ କରାଯାଇ ପାରି ନାହିଁ।

Image Source: NASA

ଅବତରଣ ଅଞ୍ଚଳ ଦେଇ ଉଡ଼ିଯିବା ବେଳେ ଏହି ଦୃଶ୍ୟାବଳୀ ସବୁ ଗୋଟାଏ ଲୁନାର୍‌ ରେକୋନେସାନ୍‌ସ୍‌ ଅର୍ବିଟର୍‌ କ୍ୟାମେରା କୁଇକ୍‌ମ୍ୟାପ୍‌ ଦ୍ୱାରା ଉତ୍ତୋଳନ କରାଯାଇଛି। ଏଗୁଡ଼ିକ ଅବତରଣ ସ୍ଥଳର କେନ୍ଦ୍ରାଞ୍ଚଳରୁ ୧୫୦ କିଲୋମିଟର ଅଞ୍ଚଳର ଫଟୋଚିତ୍ର।

ନାସା କହିବା ଅନୁସାରେ, ସେପ୍ଟେମ୍ବର ୭ ତାରିଖ ଦିନ ବିକ୍ରମ ଅବତରଣ କରିବା କଥା। ଚନ୍ଦ୍ର ପୃଷ୍ଠରେ ସଫ୍ଟ୍‌ ଲ୍ୟାଣ୍ଡିଙ୍ଗ୍‌ ନିମନ୍ତେ ଏହା ଥିଲା ଭାରତର ପ୍ରଥମ ଉଦ୍ୟମ। ଦକ୍ଷିଣମେରୁ ଠାରୁ ୬୦୦ କିଲୋମିଟର ଦୂର ଅପେକ୍ଷାକୃତ ପ୍ରାଚୀନ ପାର୍ବତ୍ୟାଞ୍ଚଳରେ ଥିଲା ତା’ର ଅବତରଣସ୍ଥଳୀ।

Image Source: NASA

ସେ ଅଞ୍ଚଳ ଦେଇ ସେପ୍ଟେମ୍ବର ୧୭ ତାରିଖ ଦିନ ଏଲ୍‌ଆର୍‌ଓ ଅତିକ୍ରମ କରିଥିଲା ଓ ସେ ଅଞ୍ଚଳର ହାଇ-ରିଜୋଲ୍ୟୁସନ୍‌ ଚିତ୍ର ଉତ୍ତୋଳନ କରିଥିଲା। କିନ୍ତୁ, ଏ ପର୍ଯ୍ୟନ୍ତ ଏଲ୍‌ଆର୍‌ଓସି ଟିମ୍‌ ଲ୍ୟାଣ୍ଡର୍‌ ବିକ୍ରମକୁ ଠାବ କରି ପାରି ନାହାନ୍ତି କି, ତା’ର ଫଟୋ ଉଠାଇ ପାରି ନାହାନ୍ତି। ସେତେବେଳେ ସେଠାରେ ଗୋଧୂଳି ସମୟ ହୋଇଥିବାରୁ ଲମ୍ବା ଛାଇ ପଡ଼ିଥିଲା। ହୋଇପାରେ ସେ ଛାଇ ଭିତରେ ଲ୍ୟାଣ୍ଡର୍‌ ବିକ୍ରମ ଲୁଚି ଯାଇଥିବ।

ଆସନ୍ତା ଅକ୍ଟୋବର ୧୪ ତାରିଖ ଦିନ ଏଲ୍‌ଆର୍‌ଓ ପୁଣି ଥରେ ସେ ଅଞ୍ଚଳ ଦେଇ ଯିବ ଏବଂ ସେତେବେଳେ ସେ ଅଞ୍ଚଳ ଆଲୋକିତ ହୋଇଥିବ ବୋଲି ଏଲ୍‌ଆର୍‌ଓର ଡେପୁଟି ପ୍ରୋଜେକ୍ଟ୍‌ ସାଇଣ୍ଟିଷ୍ଟ୍‍ ଜନ୍‌ କେଲର୍‌ କହିଛନ୍ତି।

ସମ୍ବନ୍ଧିତ ଖବର