ଓ୍ଵାସିଂଟନ୍: ସୂର୍ଯ୍ୟ ଠାରୁ ୪ ବିଲିୟନ୍ ମାଇଲ୍ ଦୂରରେ ଭାସି ବୁଲୁଥିବା ବରଫାଚ୍ଛାଦିତ ମହାକାଶୀୟ ପିଣ୍ଡ ‘ଅଲ୍ଟିମା ଟ୍ୟୁଲେ’ ଗୋଟାଏ ଅତିକାୟ ‘ତୁଷାରମାନବ’ ସଦୃଶ ବୋଲି ବୁଧବାର ଦିନ ନାସାର ବୈଜ୍ଞାନିକମାନେ ଘୋଷଣା କରିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଏଜେନ୍ସିର ନିଉ ହରାଇଜନ୍ସ୍ ଅଭିଯାନ ଦ୍ୱାରା ଆଲୋକରଶ୍ମିରେ ଆସିଥିବା ବିସ୍ତତ ଚିତ୍ରାବଳୀଗୁଡ଼ିକୁ ଅନୁଧ୍ୟାନ କରି କହିଛନ୍ତି କି ଦୁଇଟି ପିଣ୍ଡ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା କ୍ରମଶ ନିକଟତର ହୋଇ ଲାଖି ଯିବା ଦ୍ୱାରା ଏହା ସୃଷ୍ଟି ହୋଇଛି।
ମଙ୍ଗଳବାର ଦିନ ନିଉ ହରାଇଜନ୍ ସ୍ପେସ୍କ୍ରାଫ୍ଟ୍ ୨୦୧୪ ମସିହାରେ ଟେଲିସ୍ପୋପ୍ ଦ୍ୱାରା ଆବିଷ୍କୃତ ‘ଅଲ୍ଟିମା ଟ୍ୟୁଲେ’ ବାଟ ଦେଇ ଅତିକ୍ରମ କରିଥିଲା। କୌଣସି ସର୍ବ ପୁରାତନ ମହାଜାଗତିକ ପିଣ୍ଡକୁ ଅନୁଧ୍ୟାନ କରିବାରେ ନିୟୁ ହରାଇଜନ୍ ପ୍ରଥମ ମହାକାଶଯାନ ବୋଲି କୁହାଯାଉଛି।
ମହାକାଶଯାନଟି ତା’ ପାଖ ଦେଇ ଉଡ଼ିଯିବା ପୂର୍ବରୁ ବୈଜ୍ଞାନିକମାନେ ପାଇଥିବା ଏକମାତ୍ର ଝାପ୍ସା ଚିତ୍ରରୁ ‘ଅଲ୍ଟିମା ଟ୍ୟୁଲେ’ର ଆକାର ଚୀନାବାଦାମ ପରି ଜଣାପଡୁଥିଲା।
କିନ୍ତୁ, ଏବେ ୨୭୦୦୦ କିଲୋମିଟର ଦୂରରୁ ୧୪୦ ମିଟର୍ ପର୍ ପକ୍ସେଲ୍ରେ ଉଠାଯାଇଥିବା ଚିତ୍ରକୁ ଦେଖି ମୁଖ୍ୟ ଅନସନ୍ଧାନକାରୀ ଆଲାନ୍ ଷ୍ଟର୍ଣ୍ଣ କହିଛନ୍ତି: ଏଇଟା ତୁଷାରମାନବ!
‘ଅଲ୍ଟିମା ଟ୍ୟୁଲେ’ ପୃଷ୍ଠରେ ପଡୁଥିବା ଖରା ପୃଥିବୀ ପୃଷ୍ଠରେ ପଡୁଥିବା ଖରା ଠାରୁ ୧୬୦୦ ଗୁଣ ନରମା।