ମହାକାଶରେ ହେବ ପରିବା ଚାଷ! ମହାକାଶକୁ ନାସା ପଠାଇଲା ସ୍ୱତନ୍ତ୍ର ବିକଶିତ ବ୍ରକୋଲି ମଞ୍ଜି

ନ୍ୟୁୟର୍କ: ମହାକାଶରେ ଏଣିକି ହେବ ପରିବା ଚାଷ! ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ପ୍ରଥମ ପର୍ଯ୍ୟାୟରେ ମହାକାଶରେ ବ୍ରକୋଲି (ରଙ୍ଗିନ୍‌ ଫୁଲକୋବି) ଚାଷ ପାଇଁ ଲକ୍ଷ୍ୟ ରଖିଛି ନାସା। ଏଥିପାଇଁ କିଛି ଉନ୍ନତ କିସମର ବ୍ରକୋଲି ମଞ୍ଜିକୁ ବ୍ୟାକ୍ଟେରିଆ କୋଟିଂ ଦେଇ ସ୍ୱତନ୍ତ୍ର ଭାବେ ବିକଶିତ କରାଇବା ସହ ଏହାକୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ)କୁ ପଠାଉଛି ନାସା। ଏହି ବ୍ରକୋଲି ମଞ୍ଜି ସବୁ ମହାକାଶ କେନ୍ଦ୍ରରେ ପହଞ୍ଚିଯିବା ପରେ ସେଠାରେ ଥିବା ମହାକାଶଚାରୀମାନେ ସେସବୁକୁ ସେଠାରେ ଚାଷ କରିବେ।

ଚଳିତ ସପ୍ତାହରେ ଭର୍ଜିନିଆର ଓ୍ଵାଲୋପ ଦ୍ୱୀପରୁ ମହାକାଶକୁ ପଠାଯିବାକୁ ଏକ ମହାକାଶ ଯାନରେ ୬ଟି ସ୍ୱତନ୍ତ୍ର ବିକଶିତ ବ୍ରକୋଲି ମଞ୍ଜିକୁ ମହାକାଶକୁ ପଠାଇବ ନାସା। ମାଧ୍ୟାକର୍ଷଣ ଶକ୍ତି ରହିତ ମହାକାଶରେ ଏହି ବ୍ରକୋଲି ଗଛଗୁଡ଼ିକ ଯେପରି ବଢ଼ିବ ଓ ଫଳ ଦେଇ ପାରିବ, ସେଥିପାଇଁ ୟୁନିଭରସିଟି ଅଫ୍‌ ଓ୍ଵାଶିଂଟନରେ ଏହି ବ୍ରକୋଲି ମଞ୍ଜିଗୁଡ଼ିକୁ ସ୍ୱତନ୍ତ୍ର ଭାବେ ବିକଶିତ କରା ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର