ଧୂମକେତୁ ଓ ମହାକାଶ ଯାନ ମଧ୍ୟରେ ଧକ୍କା କରାଇବ ନାସା

ନ୍ୟୁୟର୍କ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ଅଭିନବ ଗବେଷଣା କରିବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର ୨୬ରେ ଏକ ମହାକାଶ ଯାନକୁ ଜାଣିଶୁଣି ମହାକାଶରେ ଥିବା ଏକ ଧୂମକେତୁ ସହ ଧକ୍କା କରାଯିବ । ଏହା ଦ୍ବାରା ଉକ୍ତ ଧୂମକେତୁର ଗତିପଥକୁ କେତେ ବଦଳାଯାଇପାରୁଛି ତାହା ଦେଖାଯିବ ।

ଏହି ପରୀକ୍ଷଣର ନାଁ ରଖାଯାଇଛି ଡବଲ ଆଷ୍ଟ୍ରଏଡ୍ ରିଡାଇରେକ୍ସନ ଟେଷ୍ଟ । ଯଦି ନାସାରେ ଏହି ପରୀକ୍ଷଣ ସଫଳ ହୁଏ, ତେବେ ଭବିଷ୍ୟତରେ ପୃଥିବୀ ଉପରେ କୌଣସି ଧୂମକେତୁ ଧକ୍କା ହେବା ପୂର୍ବରୁ ତାହାର ଗତିପଥ ବଦଳାଇ ହେବ ।

ମହାକାଶରେ ଘୂରିବୁଲୁଥିବା ଏକ ଧୂମକେତୁ ଦ୍ବୟର ନାଁ ହେଉଛି ଡିଡିମସ ସିଷ୍ଟମ୍ସ । ଏହି ସିଷ୍ଟମ ଅଧିନରେ ୨ଟି ଧୂମକେତୁ ଅଛନ୍ତି । ବଡ଼ ଧୂମକେତୁର ନାଁ ଡିଡିମସ ଓ ଏହା ଚାରିପଟେ ପରିକ୍ରମା କରୁଥିବା ଏକ ଛୋଟ ଧୂମକେତୁର ନାଁ ହେଉଛି ଡାଇମରଫସ୍ । ଏହାର ଗତିପଥ ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରୁନାହିଁ । କିନ୍ତୁ ପରୀକ୍ଷଣ ପାଇଁ ଏହା ସହିତ ଏକ ମହାକାଶ ଯାନକୁ ଧକ୍କା କରାଯିବ । ଧକ୍କା ଦ୍ବାରା ଧୂମକେତୁ ଉପରେ କଣ ପ୍ରଭାବ ପଡୁଛି ଓ ତାହାର ଗତିପଥ କେତେ ପରିବର୍ତ୍ତନ ହେଉଛି ସେ ସମ୍ପର୍କିତ ତଥ୍ୟ ଉକ୍ତ ମହାକାଶ ଯାନ ଭୂପୃଷ୍ଠକୁ ପ୍ରେରଣ କରିବ ।

ଡିଡିମସ ଧୂମକେତୁ ୧୯୯୬ ମସିହାରେ ଆରିଜୋନା ବିଶ୍ବବିଦ୍ୟାଳୟର ପ୍ରଫେସର ଜୋଏ ମଣ୍ଟାନି ଆବିଷ୍କାର କରିଥିଲେ ।

 

 

ସମ୍ବନ୍ଧିତ ଖବର