ବିକ୍ରମକୁ ‘ହେଲୋ’ କଲା ନାସା

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ସହିତ ସଂପର୍କ ସ୍ଥାପନ ପାଇଁ ଏବେ ଅହରହ ପ୍ରୟାସ ଚାଲିଛି । ଏହି କାର୍ଯ୍ୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)କୁ ଏବେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ସହଯୋଗ ମିଳିଛି। ନାସା ଆଜି ବିକ୍ରମକୁ ‘ହେଲୋ’ ବାର୍ତ୍ତା ପଠାଇଛି। ୭ ସେପ୍‌ଟେମ୍ବରରେ ଅବତରଣ ପୂର୍ବରୁ ଇସ୍ରୋ ସହିତ ବିକ୍ରମ ଲ୍ୟାଣ୍ଡରର ସଂପର୍କ ଛିନ୍ନ ହୋଇଥିଲା। ଏହାପରଠାରୁ ବିକ୍ରମକୁ ସକ୍ରିୟ କରିବା ପାଇଁ ଇସ୍ରୋ ଲଗାତାର ସିଗ୍‌ନାଲ ପଠାଉଛି। ଇସ୍ରୋ ନିକଟରେ ଲ୍ୟାଣ୍ଡର ବିକ୍ରମ ସହିତ ସଂପର୍କ ସ୍ଥାପନ ପାଇଁ ୨୧ ସେପ୍‌ଟେମ୍ବର ପର୍ଯ୍ୟନ୍ତ ସମୟ ରହିଛି ଏବଂ ଏହି ଅବଧିରେ ଲଗାତାର ପ୍ରୟାସ ଜାରି ରହିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବନ୍‌ କହିଛନ୍ତି। ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି। ନାସା ମଧ୍ୟ ବିକ୍ରମ ସହିତ ସଂପର୍କ ସ୍ଥାପନ ଲାଗି ଉଦ୍ୟମ ଆରମ୍ଭ କରିଛି। ନାସାର ଏକ ଅର୍ବିଟର ମଧ୍ୟ ଚନ୍ଦ୍ର କକ୍ଷରେ ପରିକ୍ରମା କରୁଛି। ଏହି ଅର୍ବିଟର ଜରିଆରେ ବିକ୍ରମର ସ୍ଥିତି ସଂପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଯୋଗାଯୋଗ ସ୍ଥାପନ କରିବାକୁ ଉଦ୍ୟମ ଚାଲିଛି।

ସମ୍ବନ୍ଧିତ ଖବର