ନାସାର ୨୫ ଦିନିଆ ଚନ୍ଦ୍ରଯାନ ମିସନ ‘ଆର୍ଟେମିସ-୧’

ଦୁଇଥର ସ୍ଥଗିତ ରହିବା ପରେ ବୁଧବାର ସଫଳ ଭାବେ ଉତ୍‌କ୍ଷେପିତ

ୱାସିଂଟନ : ୪୦୦ କୋଟି ଡଲାର ବ୍ୟୟରେ ନିର୍ମିତ ନାସାର ଚନ୍ଦ୍ରଯାନ ଅଭିଯାନ ‘ଆର୍ଟେମିସ୍-୧’ ବୁଧବାର ସଫଳ ଭାବେ ଉତ୍‌କ୍ଷେପିତ ହୋଇଛି। ଆର୍ଟେମିସ୍-୧ ଅଭିଯାନ ହେଉଛି ୨୦୨୫ ସୁଦ୍ଧା ଚନ୍ଦ୍ରକୁ ପୁଣି ମଣିଷ ପଠାଇବାର ପ୍ରାରମ୍ଭିକ ପଦକ୍ଷେପ। ଏହି ଯାନ ଗତ ଅଗଷ୍ଟ ମାସରେ ଛଡ଼ା ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଇଂଜିନରେ ତ୍ରୁଟି ଆଶଙ୍କା, ଝଡ଼ତୋଫାନ ଆଦି ବିଭିନ୍ନ କାରଣରୁ ବିଳମ୍ବିତ ହୋଇଥିଲା। ୪୦୦ କୋଟି ଡଲାର ବେକାର ଗଲା ବୋଲି ଆଶଙ୍କା କରାଯାଉଥିଲା। ମାତ୍ର ବୁଧବାର ସ୍ଥାନୀୟ ମାନକ ସମୟ ରାତି ୧ଟା ୪୭ (ଭାରତୀୟ ସମୟ ଦିନ ୧୨ଟା ୧୭)ରେ ଏହା ସଫଳଭାବେ ଉତ୍‌କ୍ଷେପିତ ହୋଇଛି।

ଏହି ଯାନ ଚନ୍ଦ୍ରରେ ପହଞ୍ଚିବା ପରେ ଚନ୍ଦ୍ରଠାରୁ ୬୦ ମାଇଲ ଉଚ୍ଚରେ ରହି ୨୫ ଦିନ ପରିକ୍ରମା କରିବ ଓ ପୃଥିବୀକୁ ତଥ୍ୟ ପଠାଇବ। ଆର୍ଟେମିସ୍-୧ ଅଭିଯାନ ସଫଳ ହେଲେ ୨୦୨୪ ପ୍ରାରମ୍ଭରେ ନାସା ଆର୍ଟେମିସ୍-୨ ପ୍ରେରଣ କରିବ ଏବଂ ୨୦୨୫ରେ ମନୁଷ୍ୟ-ଯୁକ୍ତ ଆର୍ଟେମିସ୍-୩ ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ପ୍ରଥମ ମହିଳା ବା ପ୍ରଥମ ଅଣ-ଶ୍ବେତାଙ୍ଗ ଚନ୍ଦ୍ରପୃଷ୍ଠକୁ ଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର