ପୁଣି ସ୍ଥଗିତ ରହିଲା ନାସାର ଚନ୍ଦ୍ର ଅଭିଯାନ

ଫ୍ଲୋରିଡ଼ା : ଆସନ୍ତା ସପ୍ତାହରେ ହେବାକୁ ଥିବା ନାସାର ମାନବବିହୀନ ଚନ୍ଦ୍ର ଅଭିଯାନକୁ ସ୍ଥଗିତ ରଖାଯାଇଛି । ପୂର୍ବ ଦୁଇଥର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉତକ୍ଷେପଣ ସ୍ଥଗିତ ରହିଥିବାବେଳେ ଏଥର ଖରାପ ପାଗ ଯୋଗୁଁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଛି ।

ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଇଆନ ଆସନ୍ତା ସୋମବାର ସୁଦ୍ଧା ଏକ ହରିକେନ (ଭୀଷଣ ସାମୁଦ୍ରିକ ଝଡ଼)ରେ ପରିଣତ ହେବ ଓ ଗୁରୁବାର ସୁଦ୍ଧା ଫ୍ଲୋରିଡ଼ା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହି ବାତ୍ୟା ଯୋଗୁଁ ରକେଟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ରକେଟକୁ ପୁଣି ନିଜ ହାଙ୍ଗରକୁ ଫେରାଇ ନେବାକୁ ନାସାର ଇଂଜିନିୟରମାନେ ଶନିବାରଦିନ ନିଷ୍ପତ୍ତି ନେଇଥିଲେ ।

ପୂର୍ବରୁ ଗତ ଅଗଷ୍ଟ ୩୦ ଓ ସେପ୍ଟେମ୍ବର ୩ରେ ଏହାର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।

ଆର୍ଟେମିସ-୧ ନାମକ ଏହି ଅଭିଯାନ ମଧ୍ୟମରେ ସ୍ପେଶ ଲଞ୍ଚିଂ ସିଷ୍ଟମ (ଏସଏଲଏସ) ରକେଟ୍ ଓରିଅନ ନାମକ କାପସୁଲ ( ମହାକାଶ ଯାନ)କୁ ଚନ୍ଦ୍ରର କକ୍ଷପଥରେ ସ୍ଥାପିତ କରି ଫେରିଆସିବ । ଓରିଅନ ମହାକାଶ ଯାନ ଚନ୍ଦ୍ର ଚାରିପଟେ ୬ ସପ୍ତାହ ବୁଲିବା ପରେ ଶେଷରେ ପୃଥିବୀକୁ ଫେରିଆସିବ ଓ ପ୍ରଶାନ୍ତ ମହାସାଗରରେ ଓହ୍ଲାଇବ । ଏହି ଅଭିଯାନର ୨ୟ ପର୍ୟ୍ୟାୟରେ ଆସନ୍ତା ୨୦୨୫ ସୁଦ୍ଧା ଚନ୍ଦ୍ରରେ ମାନବ ଅବତରଣ ପାଇଁ ଆମେରିକା ଲକ୍ଷ୍ୟ ରଖିଛି ।

ପ୍ରାୟ ୫୦ ବର୍ଷ ତଳେ, ୧୯୭୨ ମସିହାରେ ଆମେରିକାର ଆପୋଲୋ-୧୭ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ମଣିଷକୁ ଓହ୍ଲାଇଥିଲା ।

 

 

ସମ୍ବନ୍ଧିତ ଖବର