ଲସ୍ଏଞ୍ଜେଲ୍ସ୍: ଦୁଇ ସପ୍ତାହ ପୂର୍ବେ ମଙ୍ଗଳପୃଷ୍ଠର ଏକ ବିଶାଳ ଗହ୍ଵରରେ ଅବତରଣ କରିଥିବା ‘ନାସା’ର ରୋଭର୍ ‘ପର୍ସୁଭିୟରନ୍ସ୍’ ପ୍ରଥମ ଥର ପାଇଁ ଏହି ଲୋହିତ ଗ୍ରହରରେ ଅଳ୍ପ ସମୟ ପାଇଁ ଚାଲିଥିବା କଥା ଶୁକ୍ରବାର ଦିନ ଏହି ଅଭିଯାନର ପରିଚାଳକମାନେ କହିଛନ୍ତି।
୬ଟି ଚକ ଥିବା କାର୍ ଆକାରର ଏହି ରୋଭର୍ ଗୁରୁବାର ଦିନ ମଙ୍ଗଳପୃଷ୍ଠରେ ୬.୫ ମିଟର ଚକ୍ରାକାରେ ଘୂରିବୁଲିଛି। ‘ଜେଜୁରୋ କ୍ରେଟର୍’ ବୋଲି ନାମିତ କରାଯାଇଥିବା ମଙ୍ଗଳ ଗ୍ରହରେ ଦୀର୍ଘ ଦିନରୁ ଉଭେଇ ଯାଇଥିବା ଏକ ଆଦିମ ହ୍ରଦଶଯ୍ୟା ଏବଂ ନଦୀର ତ୍ରିକୋଣଭୂମିରେ ଅବତରଣ କରିଥିବା ଏହି ରୋଭର୍ଟିକୁ ଅଧ ଘଣ୍ଟା ଧରି ପରୀକ୍ଷାମୂଳକ ଭାବେ ଚକ୍ରାକାରେ ଚଳାଯାଇଥିଲା।
Image Courtesy of India Todayଲସ୍ଏଞ୍ଜେଲ୍ସ୍ ନିକଟରେ ଥିବା ‘ନାସା’ର ‘ଜେଟ୍ ପ୍ରପଲ୍ସନ୍ ଲାବ୍ରଟୋରି’ରେ (ଜେପିଏଲ୍) ଥିବା ଏହି ଅଭିଯାନର ପରିଚାଳକମାନଙ୍କ ଠାରୁ ନିର୍ଦେଶ ପାଇ ଉକ୍ତ ରୋଭର୍ଟି ୪ ମିଟର୍ ଆଗକୁ ଗଡ଼ି ତା’ର ବାମପଟକୁ ପ୍ରାୟ ୧୫୦ ଡିଗ୍ରି ବୁଲିପଡ଼ି ପୁଣି ୨.୫ ମିଟର୍ ପଛୁଆ ଚାଲିଥିଲା।
ଟେଲିକନ୍ଫରେନ୍ସିଙ୍ଗ୍ ସାମ୍ବାଦିକ ସମ୍ମିଳନୀରେ ରୋଭର୍ ‘ପର୍ସୁଭିୟରନ୍ସ୍’ର ଚଳାଚଳ ପରୀକ୍ଷା ଦାୟିତ୍ୱରେ ଥିବା ‘ଜେପିଏଲ୍’ର ଅନ୍ୟତମ ଇଞ୍ଜିନିୟର୍ ଅନୈସ୍ ଜାଫ୍ରିପିଆନ୍ କହିଛନ୍ତି, ପରୀକ୍ଷାରେ ଅବିଶ୍ୱସନୀୟ ଅଗ୍ରଗତି ହୋଇଛି। ଏହା ହେଉଛି ଏହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା।
ମଙ୍ଗଳ ଗ୍ରହର ଗେରୁଆ ରଙ୍ଗର ବାଲିଆ ମାଟିରେ ପଡ଼ିଥିବା ରୋଭର୍ ଚକର ଚିହ୍ନଥିବା ଫଟୋ ଏବଂ ଭିଡ଼ିଓ ମଧ୍ୟ ‘ନାସା’ ପ୍ରଦର୍ଶନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Nasa-rover.jpg)