ସୋମବାର ଅପରାହ୍ଣରେ ମଙ୍ଗଳ ଗ୍ରହରେ ଅବତରଣ କରିବ ନାସା ମହାକାଶ ଯାନ ‘ଇନ୍‌ସାଇଟ୍‌’

କେପ୍‌ କାନେବେରାଲ୍‌: ଛଅ ମାସର ଯାତ୍ରା ପରେ ନାସାର ଏକ ମହାକାଶ ଯାନ ସୋମବାର ଦିନ ତା’ର ଗନ୍ତବ୍ୟସ୍ଥଳ ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ଯାଉଥିବାରୁ ବୈଜ୍ଞାନିକ ଏବଂ ଇଞ୍ଜିନିୟର୍‌ମାନଙ୍କ ମଧ୍ୟରେ ଉଦ୍‌ବେଳନ ଦେଖା ଦେଇଛି।

୪୮୨ କିଲୋମିଟର ଗତି କରିବା ପରେ ୧ ବିଲିୟନ୍‌ ଡଲାର୍‌ ବ୍ୟୟରେ ନିର୍ମିତ ‘ଇନ୍‌ସାଇଟ୍‌’ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ବିପଜ୍ଜନକ ଅବତରଣ କରିଛି। ଶେଷ ଥର ପାଇଁ ନାସା ୬ ବର୍ଷ ତଳେ ମଙ୍ଗଳ ଗ୍ରହରେ ମହାକାଶଯାନ ଅବତରଣ କରାଇଥିଲା।

ମଙ୍ଗଳ ଗ୍ରହର ରହସ୍ୟମୟ ଅଭ୍ୟନ୍ତର ଅନେ୍ଵଷଣ କରିବାକୁ ନିର୍ମିତ ଏହି ରୋବୋଟିକ୍‌ ଭୂତତ୍ତ୍ୱବିତ୍‌ ତା’ର ତିନି ଗୋଡ଼ରେ ଅବତଣ କରିବା ନିମନ୍ତେ ଘଣ୍ଟା ପ୍ରତି ୧୯, ୮୦୦ କି. ମି. ବେଗରେ ଯାଉଥିବା ବେଳେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ପଶିବାର ମାତ୍ର ୬ ମିନିଟ୍‌ରେ ଏହା ବେଗ ୦ (ଶୂନ୍‌) ହୋଇଯିବ। ଏହା ପରେ ଏଥିରୁ ବାହାରି ଗୋଟାଏ ଆକାଶଛତା ଓ ଚାଲୁ ହୋଇଯିବା ଏହାର ଇଞ୍ଜିନ୍‌।

ଇନ୍‌ସାଇଟ୍‌ର ଅଗ୍ରଣୀ ବୈଜ୍ଞାନିକ ବ୍ରୁସ୍‌ ବାନେର୍ଡିଟ୍‌ କହନ୍ତି: ମଣିଷ ଚଳାଇଥିବା ଗ୍ରହ ସଂକ୍ରାନ୍ତ ଅନେ୍ଵଷଣରେ ସବୁଠୁ କଠିନ ହେଉଛି ମଙ୍ଗଳ ଗ୍ରହରେ ଅବତରଣ କରାଇବା। ଏଇଟା ଏମିତି କଷ୍ଟିଆ ଓ ବିପଜ୍ଜନକ କାମ ଯେ ସବୁବେଳେ କିଛି ନା, କିଛି ଭୁଲ୍‌ଭଟକା ହେବାର ଡର ଥାଏ।

କିନ୍ତୁ, ଗତ ଚାରି ଦଶନ୍ଧି ଭିତରେ ନାସା ୭ ଥର ନିରାପଦରେ ମଙ୍ଗଳ ଗ୍ରହରେ ମହାକାଶ ଯାନ ଅବତରଣ କରାଇ ପାରିଥିବା ବେଳେ ଥରଟିଏ ବିଫଳ ହୋଇଛି।

ଇନ୍‌ସାଇଟ୍‌ ଅବତଣ କଲେ ନାସାର ସପ୍ତମ ସଫଳ ଅବତରଣ ହେବ।

ସମ୍ବନ୍ଧିତ ଖବର