‘ଜିନ୍ଦଗୀ ମୋୖତ ନା ବନ ଯାଏ’… ଗୀତ ଗାଇ ଲୋକଙ୍କୁ ସତର୍କ କରାଇଲେ ପୁଲିସକର୍ମୀ, ଭାଇରାଲ ହେଲା ଭିଡିଓଓ

ନାସିକ: ଲକ ଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ଉଭୟ ସରକାର ଏବଂ ପୁଲିସକର୍ମୀମାନେ କହୁଥିଲେ ମଧ୍ୟ କିଛି ଲୋକ ପରିସ୍ଥିତିର ଗମ୍ଭୀରତାକୁ ବୁଝୁ ନାହାନ୍ତି | ଅନେକ ଲୋକ ଲକ ଡାଉନ ସମୟରେ ବାହାରେ ବୁଲୁଥିବାର ଦେଖା ଯାଉଛି | ସଂକ୍ରମଣକୁ ଭୟ ନକରି ଲୋକ ଅଚିନ୍ତାରେ ବୁଲୁଥିବାର ଦେଖି ସାରା ଦେଶରେ ପୁଲିସ ବିଭାଗ ସୃଜନଶୀଳ ଉପାୟ ଅବଲମ୍ବନ କରୁଥିବା ଦେଖାଯାଇଛି | ୨୧ଦିନିଆ ଦେଶବ୍ୟାପୀ ଲକ ଡାଉନ ବେଳେ ନୋଭେଲ କରୋନା ଭାଇରସର ପ୍ରସାରକୁ ରୋକିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି ପୁଲିସକର୍ମୀ |

ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର କିଛି ପୁଲିସ କର୍ମଚାରୀ ଲୋକଙ୍କୁ ସତର୍କ କରିବା ପାଇଁ ୧୯୯୯ର ଲୋକପ୍ରିୟ ଚଳଚ୍ଚିତ୍ର ସରଫରୋଶର ଗୀତ ‘ଜିନ୍ଦଗୀ ମୋୖତ ନା ବନ ଯାଏ’… ଗୀତ ଗାଉଥିବା ଦେଖାଯାଇଛି। ମାଲେଗାଓଁରେ ନିୟୋଜିତ ୬ଜଣିଆ ପୁଲିସ ଟିମର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ, ପୁଲିସକର୍ମୀମାନେ ଫେସ୍ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳୁଥିବା ସହ ସେମାନଙ୍କ ମଧ୍ୟରୁ ଜଣେ ମାଇକ୍ରୋଫୋନରେ ଗୀତ ଗାଉଥିବା ଦେଖାଯାଇଛି | ଏହି ଗୀତ ମାଧ୍ୟମରେ ପୁଲିସ ନିଜ ଘରେ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି।

ବର୍ତ୍ତମାନ ଏହି ସମୟରେ, ମହାରାଷ୍ଟ୍ର ୩ଟି ବିଦେଶୀ ନାଗରିକଙ୍କ ସମେତ କୋଭିଡ-୧୯ର ୧୩୦ଟି ନିଶ୍ଚିତ ମାମଲା ରିପୋର୍ଟ କରାଯାଇଛି। ସେ ମଧ୍ୟରୁ ପ୍ରାୟ ୧୫ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହ ରାଜ୍ୟରେ ୪ଟି କରୋନା ଭାଇରସଜନିତ ମୃତ୍ୟୁ ହୋଇଥିବା ସୂଚନା ରହିଛି | ଦେଶରେ କରୋନା ଭାଇରସ୍ ସଂକ୍ରମଣ ହେତୁ ସମଗ୍ର ଦେଶରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ବୋଲି ଜଣା ଯାଇଛି।

ସମ୍ବନ୍ଧିତ ଖବର