ନାସ୍‌ଭିଲ୍‌ରେ ବୋମାମାଡ଼ ମାମଲା : ଆକ୍ରମଣକାରୀ କହିଥିଲା- ‘ବିଶ୍ବ ମତେ କେବେ ବି ଭୁଲି ପାରିବନି’

ୱାସିଂଟନ୍ : ଗତ ୪ ଦିନ ତଳେ ତଥା ଖ୍ରୀଷ୍ଟମାସ ଦିବସରେ ଆମେରିକୀୟ ସହର ନାସ୍‌ଭିଲ୍‌ରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା।‌ ବୋମା ନିକ୍ଷେପ କରିଥିବା ଆକ୍ରମଣକାରୀ ଆନ୍ଥୋନି କ୍ବିନ୍‌ ୱାର୍ନର୍‌ ଏଥିରେ ନିହତ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ। ପାଖାପାଖି ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିଲା। ଆନ୍ଥୋନି ତାଙ୍କର ଏହି ଯୋଜନା ସଂକ୍ରାନ୍ତରେ ପୂର୍ବରୁ ତାଙ୍କର ଜଣେ ପଡ଼ୋଶୀଙ୍କୁ ପରୋକ୍ଷରେ ସୂଚନା ଦେଇଥିଲେ । ୬୩ ବର୍ଷୀୟ ଆନ୍ଥୋନିଙ୍କ ସହ ତାଙ୍କର ଜଣେ ପଡ଼ୋଶୀ ୧୦ ଦିନ ତଳେ କଥା ହୋଇଥିଲେ। ଆନ୍ଥୋନିଙ୍କ ମା’ କେମିତି ଅଛନ୍ତି ବୋଲି ସେ ପଚାରିଥିଲେ। ପଡ଼ୋଶୀ ଆନ୍ଥୋନିଙ୍କୁ ପଚାରିଥିଲେ ସାଣ୍ଟା ଖ୍ରିଷ୍ଟମାସ‌ରେ ତାଙ୍କ ପାଇଁ କିଛି ଶୁଭ ଖବର ରଖିଛନ୍ତି କି । ଏହାର ଉତ୍ତରରେ ଆନ୍ଥୋନି ହସିଦେଇ କହିଥିଲେ ହଁ, ନସ୍‌ଭିଲେ ଏବଂ ସମଗ୍ର ବିଶ୍ବ ମତେ କେବେ ବି ଭୁଲି ପାରିବନି।

ସମ୍ବନ୍ଧିତ ଖବର