ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି। ଉଭୟ ଗୁରୁବାର ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଥିଲେ। ଏହାକୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
କୁହାଯାଉଥିଲା ଯେ, ଛାଡ଼ପତ୍ର ପରେ ନତାଶା, ହାର୍ଦ୍ଦିକଙ୍କ ୭୦ପ୍ରତିଶତ ସମ୍ପତ୍ତି ନେବେ। ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ନତାଶାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ମୁତାବକ, ନତାଶା ମୋଟ ୨୦କୋଟିର ମାଲିକାଣୀ ଅଟନ୍ତି। ବିବାହ ପୂର୍ବରୁ ନତାଶା ବିଭିନ୍ନ ମ୍ୟୁଜିକ୍ ଭିଡିଓ ଓ ବଲିଉଡରେ ଫିଲ୍ମରେ କାମ କରିଥିଲେ। ହେଲେ ବିବାହ ପରେ ସେ ନିଜକୁ ଅଭିନୟଠାରୁ ଦୂରେଇ ଦେଇଥିଲେ। ନତାଶା ୨୦କୋଟିର ମାଲିକାଣୀ ହୋଇଥିବା ବେଳେ ହାର୍ଦ୍ଦିକ ୯୧କୋଟିର ମାଲିକ ଅଟନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/t-195.jpg)