ନାଥୁରାମ ଗଡ଼ସେ ଓ ପ୍ରଧାନମନ୍ତ୍ରୀ ମୋଦି ମୋର ଶତ୍ରୁ: ଓେଓ୍ଵସି

ନୂଆଦିଲ୍ଲୀ: ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଦେଶର ଏକ ନମ୍ବର ଆତଙ୍କବାଦୀ। ତେଣୁ ଗଡ଼ସେ ଓ ତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ଚିର ଶତ୍ରୁ ବୋଲି ରବିବାର ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓେଓ୍ଵସି କହିଛନ୍ତି। କେବଳ ସେତିକି ନୁହେଁ ବରଂ ଗଡ଼ସେଙ୍କୁ ହିନ୍ଦୁ ରତ୍ନ ଆତଙ୍କବାଦୀ ବୋଲି ସେ କହିବା ସହିତ ତାଙ୍କର ଏହି ବିବାଦୀୟ ବୟାନ୍‌ ପାଇଁ ଯାହାର ସାହସ ଅଛି ତାଙ୍କ ପାଖକୁ ନୋଟିସ୍‌ ପଠାନ୍ତୁ ବୋଲି ସେ ପରୋକ୍ଷରେ ବିଜେପି ଓ ଆର୍‌ଏସ୍‌ଏସ୍‌କୁ ଚ୍ୟାଲେଞ୍ଜ କରିଛନ୍ତି। ଭାରତର ମୁସ୍‌ଲିମ୍‌ମାନେ କେବେ ଦେଶକୁ ବିକ୍ରି କରିବାକୁ ଚାହିଁ ନାହାନ୍ତି ବରଂ ବିଗତ ୭୦ ବର୍ଷ ମଧ୍ୟରେ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସବୁବେଳେ ଭୟରେ ଜୀବନ ବିତାଇବାକୁ ପଡ଼ୁଛି। କିନ୍ତୁ ଆଉ ନୁହେଁ ଏବେ ନିଭୟରେ ସବୁ ମୁସ୍‌ଲିମ ଦେଶରେ ବଞ୍ଚିବେ,ଯଦି ମାରିବାକୁ ଚାହୁଁଛ ତେବେ ମାରିପାର ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଅଯୋଧ୍ୟା ବିବାଦ ମାମଲାରେ ନିଜର ମନ୍ତବ୍ୟ ଦେଇ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥାନ ମୁଖ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ସମାଲୋଚନା କରିବା ପରେ ତାଙ୍କୁ ଜୀବନରୁ ମାରି ଦେବାର ଧମକ ମିଳିଥିବା ଓେଓ୍ଵସି ଶନିବାର କହିଥିଲେ।

ସମ୍ବନ୍ଧିତ ଖବର