ଯେଉଁ ଜେଲରେ ଫାଶୀ ହୋଇଥିଲା, ସେହି ମାଟିରୁ ତିଆରି ହେବ ନାଥୁରାମଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଯେଉଁ ଜେଲରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମଙ୍କୁ ଫାଶୀ ଦିଆଯାଇଥିଲା, ସେହି ଜେଲର ମାଟିରେ ତିଆରି ହେବ ପ୍ରତିମୂର୍ତ୍ତି | ହିନ୍ଦୁ ମହାସଭା ପକ୍ଷରୁ କୁହାଯାଇଛି ଯେ ହରିୟାଣାର ଅମ୍ବାଲା କେନ୍ଦ୍ରୀୟ ଜେଲରୁ ଅଣାଯାଇଥିବା ମାଟିରୁ ନାଥୁରାମ ଗୋଡସେଙ୍କ ପ୍ରତିମୂର୍ତ୍ତି ତିଆରି କରାଯିବ । ମହାସଭାର କାର୍ଯ୍ୟକର୍ତ୍ତାମାନେ ଗତ ସପ୍ତାହରେ ଅମ୍ବାଲା ଜେଲରୁ ମାଟି ଆଣିଥିଲେ। ଏହି ଜେଲରେ, ୧୫ ନଭେମ୍ବର ୧୯୪୯ରେ ଗୋଡସେ ଏବଂ ନାରାୟଣ ଆପ୍ଟେଙ୍କୁ ଫାଶୀ ଦିଆଯାଇଥିଲା।

ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ଡକ୍ଟର ଜୟବୀର ଭରଦ୍ୱାଜ ଗଣମାଧ୍ୟମକୁ କହିଛନ୍ତି ଯେ ଗୋଡସେ ଓ ଆପ୍ଟେଙ୍କ ପ୍ରତିମୂର୍ତ୍ତି ଏହି ମାଟିରୁ ତିଆରି ହେବ ଏବଂ ଗ୍ୱାଲିଅରରେ ଥିବା ମହାସଭାର କାର୍ଯ୍ୟାଳୟରେ ସ୍ଥାପନ କରାଯିବ। ଡକ୍ଟର ଭରଦ୍ୱାଜ କହିଛନ୍ତି ଯେ ମହାସଭାର କାର୍ଯ୍ୟକର୍ତ୍ତାମାନେ ସୋମବାର ଦିନ ମେରଟ (ଉତ୍ତରପ୍ରଦେଶ) ର ‘ବଳିଦାନ ଧାମ’ରେ ଗୋଡସେ ଏବଂ ଆପ୍ଟେଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଆମେ ପ୍ରତ୍ୟେକ ରାଜ୍ୟରେ ଏଭଳି ବଳିଦାନ ଧାମ ନିର୍ମାଣ କରିବୁ। ସେ କହିଛନ୍ତି ଯେ ୨୦୧୭ ରେ ମହାସଭାର କାର୍ଯ୍ୟାଳୟରେ ସ୍ଥାପିତ ଗଡସେଙ୍କ ପ୍ରତିମୂର୍ତ୍ତିକୁ ଗ୍ୱାଲିଅର ଜିଲ୍ଲା ପ୍ରଶାସନ ଜବତ କରିଛି ଯାହା ଏପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ।

୧୯୪୭ ମସିହାରେ ଦେଶ ବିଭାଜନ ପାଇଁ କଂଗ୍ରେସ ଦାୟୀ ବୋଲି ଭରଦ୍ବାଜ ଅଭିଯୋଗ କରିଛନ୍ତି। ତେବେ ଗ୍ୱାଲିଅର ଅତିରିକ୍ତ ପୁଲିସ ଅଧୀକ୍ଷକ ସତ୍ୟେନ୍ଦ୍ର ସିଂ ତୋମର କହିଛନ୍ତି ଯେ ସୋମବାର ଏଠାରେ ହିନ୍ଦୁ ମହାସଭାର କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନାହିଁ। ଏପର୍ଯ୍ୟନ୍ତ ଏଠାରେ କୌଣସି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ନାହିଁ ଏବଂ ସଂଗଠନର କାର୍ଯ୍ୟକଳାପ ଉପରେ ପୁଲିସ ନଜର ରଖିଛି।

ସମ୍ବନ୍ଧିତ ଖବର