ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୧୨ ହଜାର ୨୮୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଳୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୧୨ ହଜାର ୨୮୬ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଦିନକ ମଧ୍ୟରେ ୧୨ ହଜାର ୪୬୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୯୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏବେ ସୁଦ୍ଧା ଦେଶରେ ସମୁଦାୟ ୧ କୋଟି ୧୧ ଲକ୍ଷ ୨୪ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସୁମୁଦାୟ ଆରୋଗ୍ୟ ଲାଭ କରି ସାରିଲେଣି ୧ କୋଟି ୭ ଲକ୍ଷ ୯୭୮ ହଜାର ୯୨୧ ଜଣ।

 

କରୋନାରେ ଏବେ ସୁଦ୍ଧା ସମୁଦାୟ ୧ ଲକ୍ଷ ୫୭ ହଜାର ୨୪୮ ଜଣଙ୍କର ମୃତ୍ୟୁ ହୋଇ ସାାରିଲାଣି। ଏବେ ବି ସକ୍ରିୟ ଅଛନ୍ତି ୧ ଲକ୍ଷ ୬୮ ହଜାର ୩୫୮ ଜଣ। ଏବେ ସୁଦ୍ଧା କରୋନା ଭାଇରସ୍‌ ଟିକା ନେଇ ସାରିଲେଣି ୧ କୋଟି ୪୮ ଲକ୍ଷ ୫୪ ହଜାର ୧୩୬ ଜଣ।

ସମ୍ବନ୍ଧିତ ଖବର