ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟରେ ଭାରତର ଅର୍ଥନୀତିର କ୍ଷମତା ସମ୍ପର୍କରେ ଅବତାରଣା କରିଛନ୍ତି। ୨୦୧୩-୧୪ରେ ଭାରତ ବିଶ୍ବର ୧୧ତମ ବୃହତ୍ ଅର୍ଥନୀତି ଥିଲା। କିନ୍ତୁ ଏବେ ବିଶ୍ବର ଷଷ୍ଠ ବୃହତ୍ ଅର୍ଥନୀତିରେ ପରିଣତ ହୋଇ ସାରିଛି। ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତ ଅର୍ଥନୀତିର ଆକାର ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ। ଏହାର ୮ ବର୍ଷ ପରେ ଭାରତୀୟ ଅର୍ଥନୀତିର ଆକାର ୧୦ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଳି ଅର୍ଥମନ୍ତ୍ରୀ ଆକଳନ କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଭାରତ ବିଶ୍ବ ଅର୍ଥନୀତିରେ ଏକ ଉଜ୍ଜ୍ବଳ ତାରକା ଭାବେ ଉଭା ହୋଇଛି। ଏହି ସରକାରଙ୍କ ସମୟରେ ଭାରତର ମାକ୍ରୋ ଅର୍ଥନୀତି ସର୍ବୋତ୍ତମ ସ୍ଥିରତା ପର୍ଯ୍ୟାୟ ଦେଇ ଗତି କରୁଛି। ଭାରତ ଏବେ ବିଶ୍ବର ପ୍ରମୁଖ ଅର୍ଥନୀତି ଗୁଡ଼ିକ ମଧ୍ୟରେ ସବୁଠୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରୁଛି। ଗତ ୫ ବର୍ଷ ମଧ୍ୟରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ପୂର୍ବର ଯେକୌଣସି ସରକାର ତୁଳନାରେ ଅଧିକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
୫ ବର୍ଷରେ ଭାରତ ହେବ ୫ ଲକ୍ଷ କୋଟି ଡଲାର ଅର୍ଥନୀତି
/sambad/media/post_attachments/wp-content/uploads/2019/02/piush.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)