ମୁମ୍ବାଇ: ୨୦୨୨ ଜାତୀୟ ସଙ୍ଗୀତ ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୌଣସି ପ୍ରକାରର ଆଶ୍ବସ୍ତି ଦେବାକୁ ଆଜି ମୁମ୍ବାଇ ହୋଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।
୨୦୨୨ରେ ଜାତୀୟ ସଙ୍ଗୀତ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେସନ୍ କୋର୍ଟରେ ମାମଲା ଦାଏର କରାଯାଇଥିଲା।
୨୦୨୩ରେ ସେସନ୍ କୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍ କରି ମମତା ବାନାର୍ଜୀ ହାଇକୋର୍ଟରେ ପିଟିସନ୍ ଦାଏର କରିଥିଲେ। ଆଜି ଉକ୍ତ ପିଟିସନ୍କୁ ବିଚାରପତି ଅମିତ ବୋର୍କାର୍ଙ୍କ ଜଣିକିଆ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି।
ପିଟିସନ୍ରେ ମମତା ବାନାର୍ଜୀ ଲେଖିଥିଲେ, ପୁନର୍ବିଚାର ପାଇଁ ମାଜିଷ୍ଟ୍ରେଟ୍ଙ୍କ ନିକଟକୁ ମାଲାକୁ ନ ପଠାଇ ସେସନ୍ ଅଦାଲତ ସମ୍ପୂର୍ଣ୍ଣ ମାମଲାକୁ ଖାରଜ କରିବା ଉଚିତ ଥିଲା।
ବିଚାରପତି ବୋର୍କର୍ ଅବଶ୍ୟ କହିଛନ୍ତି ଯେ, ସେସନ୍ କୋର୍ଟଙ୍କ ଆଦେଶରେ ବେନିୟମ ଥିଲେ ବି ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହାନ୍ତି। ତେଣୁ, ଏହି ମାମଲାର ପୁର୍ବିଚାର କରିବା ଲାଗି ସେ ମାଜିଷ୍ଟ୍ରେଟ୍ଙ୍କ ଅଦାଲଙ୍କୁ ନିର୍ଦେଶ ଦେଇଛନ୍ତି।
ମୁମ୍ବାଇର ଯଶବନ୍ତରାଓ ଚବନ ଅଡିଟରିୟମ୍ରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ବସିଥିବା ଅବସ୍ଥାରେ ଜାତୀୟ ସଙ୍ଗୀତ ଗାନ କରିଥିଲେ ବୋଲି ସମାଜସେବୀ ବିବେକାନନ୍ଦ ଗୁପ୍ତା ଅଭିଯୋଗ ଦାଏର କରିବା ପରେ ୨୦୨୨ ମାର୍ଚରେ ମାଜିଷ୍ଟ୍ରେଟ୍ଙ୍କ ଅଦାଲତ ମମତା ବାନାର୍ଜୀଙ୍କୁ ସମନ୍ ଜାରି କରିଥିଲା।
ଏହି ସମନ୍କୁ ମମତା ବାନାର୍ଜୀ ସ୍ପେସାଲ୍ କୋର୍ଟରେ ଚାଲେଞ୍ଜ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/mb-3.jpg)