ତ୍ରିପୁରା ବିଧାନସଭାରେ ପ୍ରଥମ ଥର ଲାଗି ଗାନ ହେଲା ଜାତୀୟ ସଂଗୀତ

ଅଗରତାଲା: ତ୍ରିପୁରାରେ ନୂଆ କରି ସରକାର ଗଠନ କରିଥିବା ବିଜେପି ଶୁକ୍ରବାର ବିଧାନସଭାର ପ୍ରଥମ ଅଧିବେଶନରେ ଗୃହ ମଧ୍ୟରେ ଜାତୀୟ ସଂଗୀତ ବଜାଇଥିବା ଜାଣିବାକୁ ମିଳିଛି। ବିଧାନସଭାର ସଚିବ ବାମଦେବ ମଜୁମଦାର୍‌ କହିଛନ୍ତି କି ବିଧାନସଭାରେ ଆଗକୁ ଏହିପରି ପ୍ରତିଦିନ ଜାତୀୟ ସଂଗୀତ ବଜାଇବା ବିଷୟରେ ଚିନ୍ତା କରିବେ। ଏ ବାବଦରେ ବିରୋଧୀ ଦଳ ସିପିଆଇ(ଏମ୍‌)ର ବିଧାୟକମାନେ ଅଭିଯୋଗ ଆଣିିଛନ୍ତି ଯେ ଏହିପରି ଭାବେ ଗୃହ ମଧ୍ୟରେ ଜାତୀୟ ସଂଗୀତେ ଗାନ ନେଇ ପୂର୍ବରୁ ସେମାନଙ୍କୁ ସୂଚୀତ କରାଯାଇ ନଥିଲା।

ଉଲ୍ଲେଖଯୋଗ୍ୟ, ତ୍ରିପୁରା ବିଧାନସଭାରେ ଗତ ୨୫ ବର୍ଷ ହେବ ସିପିଆଇ ଦଳ ସରକାର ଗଠନ କରି ଆସୁଥିଲା। ଚଳିତବର୍ଷ ବିଜେପିର ବିଜୟ ଲାଭ ସିପିଆଇକୁ ଶକ୍ତ ଧକ୍କା ଦେବା ସହ ରାଜ୍ୟରେ ପରିବର୍ତ୍ତନର ସ୍ୱର ଆରମ୍ଭ କରିଛି। ପୂର୍ବରୁ ଚାଲିନଥିବା ପ୍ରଥାକୁ ନୂଆ କରି ଆରମ୍ଭ କରି ରାଜ୍ୟରେ ଚର୍ଚ୍ଚା ପାଳଟିଛି ବିଜେପି ସରକାର। ବିଧାନସଭାରେ ଜାତୀୟ ସଂଗୀତ ଗାନ ନିଷ୍ପତ୍ତିକୁ ଲୋକ ଗହଣରେ ବହୁଳ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର