ଜାତୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ: ଓଡ଼ିଶାରୁ ଭାଗନେବେ ୪

ନୂଆଦିଲ୍ଲୀ : ଆସନ୍ତା ମାସ ୨୨ରୁ ୨୭ ପର୍ଯ୍ୟନ୍ତ ଗୌହାଟୀରେ ଜାତୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହେବ। ଏନ୍‌ସିଇଆର୍‌ଟିର ବିଜ୍ଞାନ ଓ ଗଣିତ ବିଭାଗ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ସର୍ବଭାରତୀୟ ସ୍ତରରେ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବାଲ ବୈଜ୍ଞାନିକମାନଙ୍କ ଚୂଡ଼ାନ୍ତ ଚୟନ କରାଯାଇଛି। ଏନ୍‌ସିଇଆର୍‌ଟିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ପ୍ରଦର୍ଶନୀରେ ଭାଗ ନେବା ପାଇଁ ଦେଶରୁ ମୋଟ ୧୪୩ ଜଣ ବାଲ୍ ବୈଜ୍ଞାନିକଙ୍କୁ ଚୟନ କରାଯାଇଛି। ଏଥିରେ ଓଡ଼ିଶାରୁ ୪ ଜଣ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର