ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିଭିନ୍ନ ସ୍ଥାନରେ ୫୦୦ ପାର୍ କରିିଛି। ଦିନକୁ ଦିନ ସାଙ୍ଗାତିକ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି । ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି । ଲଗାତାର ଭାବେ ୮ ଦିନ ହେବ ଏକ୍ୟୁଆଇ ସାଂଘାତିକ ସ୍ତରରେ ପହଞ୍ଚିଛି।
ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଲକ୍ଷ୍ୟ ରଖିଥିବା ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି) ର ଚତୁର୍ଥ ପର୍ଯ୍ୟାୟ ବ୍ୟବହାରକୁ ନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୁଲିସ ମଙ୍ଗଳବାର ରାତିରେ ଯାନ ଯାଞ୍ଚ କରିଥିଲା।
ଦିଲ୍ଲୀରେ ଏପର୍ଯ୍ୟନ୍ତ ସବୁଠାରୁ ବିପଦଜନକ ସ୍ତରରେ ବାୟୁ ଗୁଣବତ୍ତା ରହିଛି ବୋଲି କୁହାଯାଉଛି। ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ବିଚାର କରୁଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ ଦିଲ୍ଲୀ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଲୋଡିଛନ୍ତି । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣ ପାଇଁ ହନ୍ତସନ୍ତ ହେଉଛନ୍ତି ଦିଲ୍ଲୀବାସୀ । ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁଳ ଭାବେ ପ୍ରଭାବ ପକାଉଛି ବିଷାକ୍ତ ବାୟୁ ।
ଗତକାଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଏକ ଚିଠି ଜରିଆରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ମୋଦୀଙ୍କୁ ନିବେଦନ କରିଥିଲେ। ସେ ବାରମ୍ବାର ଚିଠି ପଠାଇବା ପରେ ବି କେନ୍ଦ୍ର ପରିବେଷ ମନ୍ତ୍ରୀ ତାହାକୁ ଭ୍ରୁକ୍ଷେପ କରିନାହାନ୍ତି ବୋଲି ସେ କହିଛନ୍ତି।