ନୂଆଦିଲ୍ଲୀ: ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଦେଶର ସାହସୀ ପିଲାମାନଙ୍କୁ ସମ୍ମାନିତ କରାଯାଏ । ଏହି ପୁରସ୍କାର ଅତୁଳନୀୟ ସଫଳତା ପାଇଥିବା ପିଲାମାନଙ୍କୁ ଦିଆଯାଇଥାଏ। ନବନିର୍ମାଣ, କ୍ରୀଡା, କଳା ଏବଂ ସଂସ୍କୃତି, ସାମାଜିକ ସେବା, ଛାତ୍ରବୃତ୍ତି, ସାହସିକତା ଏବଂ ସାମାଜିକ ସେବା କ୍ଷେତ୍ରରେ ଅତୁଳନୀୟ ପ୍ରଦର୍ଶନ କରି ସଫଳତା ହାସଲ କରିଥିବା ପିଲାମାନଙ୍କୁ ସମ୍ମାନର ପ୍ରତୀକ ଭାବରେ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରାଯାଇଥାଏ ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦିନ  ଜାତୀୟ ଶିଶୁ ପୁରସ୍କାର ବିଜେତାମାନଙ୍କ ସହ କଥାବାର୍ତ୍ତା ହୋଇ ଜୀବନରେ ଆଗକୁ ବଢ଼ିବା ସହିତ ବଡ ସମସ୍ୟାର ସମାଧାନ ପାଇଁ ଆତ୍ମବିଶ୍ୱାସକୁ ବିକଶିତ କରିବାକୁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ବାରା ଜାରି ଏକ ବିବୃତି ଅନୁଯାୟୀ ପୁରସ୍କାର ପ୍ରାପ୍ତ ପିଲାମାନେ ମୋଦୀ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର କିପରି ସମାଧାନ କରନ୍ତି ସେନେଇ ନେଇ ପ୍ରଶ୍ନ ପଚାରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କୁ ମାର୍ଗଦର୍ଶନ ମାଗିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟରରେ ଦେଶର ସମସ୍ତ ସାହସୀ ପିଲାଙ୍କ ବିଷୟରେ ସୂଚନା ପୋଷ୍ଟ କରାଯାଇଛି। ଉକ୍ତ ୧୧ଜଣ ସାହସୀ ପିଲାଙ୍କୁ ବାସ୍ତବରେ ଆମର ହିରୋ ବୋଲି ମୋଦୀ କହିଛନ୍ତି। ନିମ୍ନରେ ୧୧ଜଣ ସାହସୀ ପିଲାଙ୍କ ବିଷୟରେ ବିବରଣୀ  ପ୍ରଦତ୍ତ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ବିଜ୍ଞାନ ଭବନରେ ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ପିଲାଙ୍କୁ ପଦକ, ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଚଳିତ ବର୍ଷ ଚୟନ କରାଯାଇଥିବା ୧୧ ଜଣ ପିଲାଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ ଜଣ ବାଳକ ଏବଂ ୫ ବାଳିକା ଅଛନ୍ତି।