ରାଉର୍‌କେଲାରୁ ନାବାଳିକା ଚାଲାଣ ମାମଲା : ମହିଳା ଆୟୋଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ

ନୂଆଦିଲ୍ଲୀ : ଗତ ୨୦୧୭ ମସିହାରେ ରାଉର୍‌କେଲାରୁ ଚାଲାଣ ହୋଇଥିବା ନାବାଳିକା ମାମଲାରେ ଦିଲ୍ଲୀ ମହିଳା ଆୟୋଗ ଓଡ଼ିଶା ପୁଲିସକୁ ଦାୟୀ କରିଛନ୍ତି। ଏଥିପାଇଁ ମହିଳା ଆୟୋଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛି। ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ କିମସନ ଦାବି କରିଛି। ଦିଲ୍ଲୀ ମହିଳା ଆୟୋଗ ସୂଚନା ମୁତାବକ, ଗତ ୫ ତାରିଖରେ ଦିଲ୍ଲୀ ମହିଳା ଆୟୋଗ ନାବାଳିକାଙ୍କୁ ରାଜସ୍ଥାନର ଟୁନ୍‌ଟୁନୁରୁରୁ ଉଦ୍ଧାର କରିଥିଲା। ନାବାଳିକାଙ୍କୁ ପଚରା ଉଚରା ବେଳେ ଜଣା ପଡ଼ିଥିଲା ଯେ, ନାବାଳିକାଙ୍କ କେତେଜଣ ସମ୍ପର୍କୀୟ ଅର୍ଥଲୋଭରେ ନାବାଳିକାଙ୍କୁ ରାଜସ୍ଥାନର ମୁକେଶ ଅଗ୍ରୱାଲ ଓ କିଷାନ ଅଗ୍ରୱାଲଙ୍କୁ ବିକ୍ରି କରିଥିଲେ। ନାବାଳିକାଙ୍କ ବାପା ପୁଲିସରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୁଲିସ କୌଣିସ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଫଳରେ ନାବାଳିକାଙ୍କ ବାପା ଦିଲ୍ଲୀ ମହିଳା କମିସନଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ। ଗତ ୫ ତାରିଖରେ ମହିଳା କମିସନର ଆଣ୍ଟି ଟ୍ରାଫିକିଂ ଗାର୍ଡ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ତେବେ ସେ ୯ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ଦିଲ୍ଲୀର ଏକ ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର