ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଜାତୀୟ କମିଟି, ମୋଦୀ ନେତୃତ୍ବାଧୀନ ତାଲିକାରେ ସୋନିଆ-ରଜନୀକାନ୍ତ-ଅମିତାଭ

ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏକ ୨୫୯ ଜଣିଆ ଜାତୀୟ କମିଟି ଗଠନ କରିଛନ୍ତି। ଏଥିରେ ସମସ୍ତ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ସୀତାରାମ ୟେଚୁରୀଙ୍କ ପରି ବିରୋଧୀଦଳର ନେତାମାନଙ୍କୁ ସାମିଲ କରାଯାଇଛି। ସେହିପରି ଏହି କମିଟିରେ ପ୍ରାକ୍ତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଏଚ୍‌ ଡି ଦେବଗୌଡ଼ା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ ଏ ବୋବଡ଼େ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ, ମହାନ ଗାୟିକା ଲତା ମଙ୍ଗେସ୍କର, ଅଭିନେତା ଅମିତାଭ ବଚନ, ରଜନୀକାନ୍ତ, କ୍ରିକେଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ଦୌଡ଼ରାଣୀ ପି ଟି ଉଷା ଓ ବକ୍ସର ମେରି କମ୍‌ ଆଦି ରହିଛନ୍ତି। ସେହିପରି ଶିଳ୍ପପତି ରତନ ଟାଟା ଓ ନନ୍ଦନ ନିଲେକର୍ଣ୍ଣିଙ୍କ ପରି ଉଦ୍ୟୋଗପତିଙ୍କ ସହିତ କିଛି ଯୋଗଗୁରୁ ଓ ସିନେ ନିର୍ଦ୍ଦେଶକଙ୍କୁ ମଧ୍ୟ ଏହି କମିଟିରେ ରଖାଯାଇଛି।

ସମ୍ବନ୍ଧିତ ଖବର