ଜାତୀୟ ଜୈବ ସମାରୋହ: ଓଡ଼ିଶାର ମହିଳା ଚାଷୀଙ୍କ ସାମଗ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ

ନୂଆଦିଲ୍ଲୀ : ଆଜିଠାରୁ ଦିଲ୍ଲୀରେ ୧୦ ଦିନିଆ ଜାତୀୟ ଜୈବ ସମାରୋହ ଆରମ୍ଭ ହୋଇଛି। ଦେଶର ସବୁ ରାଜ୍ୟ‌େର ଜୈବିକ ଉପାୟରେ କୃଷିକାର୍ଯ୍ୟ କରୁଥିବା ମହିଳା ଚାଷୀମାନେ ଏହି ସମାରୋହରେ ଯୋଗ ଦେଇଛନ୍ତି। ଓଡ଼ିଶାର କୋରାପୁଟ ଜିଲ୍ଲାର ୩ ଏବଂ କନ୍ଧମାଳ ଜିଲ୍ଲାର ୨ଟି ଏସଏଚ୍‌ଜି ଗ୍ରୁପ୍‌ ଏହି ସମାରୋହରେ ରାଜ୍ୟର ପ୍ରତିନିଧିତ୍ବ କରୁଛନ୍ତି। ମିସନ୍‌ ଶକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ପରିଚାଳିତ ହେଉଥିବା ୫ଟି ଏସ୍‌ଏଚଜି ଦ୍ବାରା କୋରାପୁଟ ଓ କନ୍ଧମାଳ ଜିଲ୍ଲା ମାନଙ୍କରେ ଯେଉଁସବୁ ଜୈବିକ କୃଷି ଉତ୍ପାଦନ କରାଯାଇଛି ‌େସଗୁଡ଼ିକର ନମୂନା ସମାରୋହରେ ପ୍ରଦର୍ଶିତ କରାଯାଇଛି।

ସମ୍ବନ୍ଧିତ ଖବର