ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୪୦ ହଜାର ୭୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୮୬ ହଜାର ୭୯୬ରେ ପହଞ୍ଚିଛି। ଦିନକ ମଧ୍ୟରେ କରୋନାଜନିତ ୧୯୯ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାଣ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
India reports 40,715 new #COVID19 cases, 29,785 recoveries, and 199 deaths in the last 24 hours, as per the Union Health Ministry
Total cases: 1,16,86,796
Total recoveries: 1,11,81,253
Active cases: 3,45,377
Death toll: 1,60,166Total vaccination: 4,84,94,594 pic.twitter.com/Oab1eSZfHJ
— ANI (@ANI) March 23, 2021
ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୩ ଲକ୍ଷ ୪୫ ହଜାର ୩୭୭ ଜଣ। ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୧୬୬ ଛୁଇଁଛି। ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ ଏବଂ ହରିଆଣାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି।
A total of 23,54,13,233 samples tested for #COVID19 up to 22nd March 2021. Of these, 9,67,459 samples were tested yesterday: Indian Council of Medical Research (ICMR) pic.twitter.com/f74Uo0S15U
— ANI (@ANI) March 23, 2021
ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ (ଆଇସିଏମ୍ଆର୍) ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତକାଲି ୯ ଲକ୍ଷ ୬୭ ହଜାର ୪୫୯ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ସମୁଦାୟ ୨୩ କୋଟି ୫୪ ଲକ୍ଷ ୧୩ ହଜାର ୨୩୩ ନମୁନା ପରୀକ୍ଷା ହୋଇ ସାରିଲାଣି।