ବେନଘାଜି: ଜାତୀୟ ସାହସିକତା ପୁରସ୍କାର ୨୦୧୭ ପାଇଁ ମନୋନୀତ ହୋଇଥିବା କେନ୍ଦ୍ରାପଡ଼ାର ମମତା ଦଳେଇ ଓ କେନ୍ଦୁଝରର ପଙ୍କଜ ମହନ୍ତଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରସ୍କୃତ କରିଛନ୍ତି। ମମତା ଓ ପଙ୍କଜ୍ଙ୍କ ସମେତ ଦେଶର ୧୮ ଜଣ ବାଳକ ବାଳିକାଙ୍କୁ ମୋଦି ପୁରସ୍କୃତ କରିଛନ୍ତି। ସମସ୍ତଙ୍କୁ ସାର୍ଟିଫିକେଟ୍, ମେଡାଲ୍ ଓ ଅର୍ଥରାଶି ପ୍ରଦାନ କରାଯାଇଛି। ପୁରସ୍କୃତ ହୋଇଥିବା ବାଳକ ବାଳିକାମାନେ ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରିବେ। ବାପୁ ଗାୟିଧାନୀ ପୁରସ୍କାରରେ ପୁରସ୍କୃତ ହୋଇଥିବା କେନ୍ଦ୍ରାପଡ଼ାର ରାଜନଗରବାଙ୍କୁ ଆଳି ଗ୍ରାମର ଝିଅ ମମତା ଦଳେଇ ୫ ଫୁଟିଆ କୁମ୍ଭୀର ସହ ଲଢ଼େଇ କରି ନିଜ ଭଉଣୀକୁ ମରଣ ମୁହଁରୁ ଛଡ଼େଇ ଆଣିଥିବାବେଳେ ଜାତୀୟ ସାହସିକତା ପୁରସ୍କାର ପାଇଥିବା କେନ୍ଦୁଝରର କାଟୁଳିକନା ଗ୍ରାମର ୧୪ ବର୍ଷୀୟ ପଙ୍କଜ କୁମାର ମହନ୍ତ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବୈତରଣୀ ନଦୀର ବିହଡ଼ଲ ଘାଟରେ ଗାଧୋଇବା ସମୟରେ ଚୋରାବାଲିରେ ଫସି ଯାଇଥିବା ଜଣଙ୍କୁ ଉଦ୍ଧାର କରିଥିଲେ।
ଜାତୀୟ ସାହସିକତା ପୁରସ୍କାର ୨୦୧୭
/sambad/media/post_attachments/wp-content/uploads/2018/01/H2018012438381.jpg)
/sambad/media/agency_attachments/2024-07-24t043029592z-sambad-original.webp)