ଲକଡାଉନ୍-୫ : କୋଭିଡ-୧୯ ମୁକାବିଲା ଲାଗି ଗୃହ ମନ୍ତ୍ରାଳୟ ଜାରି କଲା ଜାତୀୟ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ଲକଡାଉନ୍ ୫.୦ ଜାରି କରିବା ସହିତ ତିନିଟି ପର୍ଯ୍ୟାୟରେ ଏହାକୁ କୋହଳ କରିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟ କୋହଳକୁ  ଅନଲକ୍-୧ ଭାବେ ଅଭିହିତ କରିଛନ୍ତି। ଲକଡାଉନ୍-୫ ଲାଗି ଜାରି  ନିର୍ଦ୍ଦେଶାବଳୀ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ ରିହାତି ଦିଆଯିବ, କିନ୍ତୁ ବର୍ତ୍ତମାନ କଣ୍ଟେନମେଣ୍ଟ ଜୋନରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିବ | ତେବେ କୋଭିଡ-୧୯କୁ ମୁକାବିଲା କରିବା ପାଇଁ ଜାତୀୟ କୋଭିଡ୍୧୯ ପରିଚାଳନା ନିର୍ଦ୍ଦେଶାବଳୀ ଜାରି କରିଛି ମନ୍ତ୍ରାଳୟ  | ଏହା ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ସମସ୍ତେ ମୁହଁକୁ ଘୋଡାଇ ରଖିବେ | କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ବା କାର୍ଯ୍ୟସ୍ଥଳରେ ମୁହଁକୁ ଘୋଡାଇ ରଖିବେ | ସାମଜିକ ଦୂରତା ନିଶ୍ଚିତ ଭାବେ ବଜାୟ ରଖିବେ।

ସମସ୍ତେ ସାମାଜିକ ଦୂରତାକୁ ମାନିବା ସହ ୬ ଫୁଟର ଦୂରତା ବଜାୟ ରଖିବେ | ଦୋକାନରେ ଏକା ସମୟରେ ୫ ଜଣରୁ ଅଧିକ ଲୋକ ଭିଡ଼ କରିବେ ନାହିଁ | ସେହିପରି ବହୁ ସଂଖ୍ୟାରେ ଜନସମାବେଶ କରାଯାଇପାରିବ ନାହିଁ | ବିବାହ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଅତିଥି ସାମିଲ ହୋଇପାରିବେ ନାହିଁ | ଅନ୍ତିମ କ୍ରିୟାରେ ୨୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ |ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ସହ ମଦ, ପାନ, ଗୁଟଖା ଖାଇଲେ ଜରିମାନା ଦେବାକୁ ପଡିବ |

ସରକାରୀ ଓ ବେସରକାରୀ ଅଫିସମାନଙ୍କରେ କୋଭିଡ୍ ଗାଇଡଲାଇନ୍ ଅନୁସରଣ କରାଯିବ। ଅଫିସଗୁଡ଼ିକରେ ଯେତେ ସମ୍ଭବ ସେତେ କମ୍ କର୍ମଚାରୀ ଆସିବେ। କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ କରିବାକୁ କୁହାଯିବ | ପ୍ରବେଶ ପଥ ଓ ପ୍ରସ୍ଥାନ ପଥରେ ଥର୍ମାଲ ସ୍କ୍ରିନିଙ୍ଗ ସହ ହ୍ୟାଣ୍ଡୱାସ ଓ ସାନିଟାଇଜର ରଖାଯିବ | ଅଫିସମାନଙ୍କରେ ସାନିଟାଇଜ କରିବାକୁ କୁହାଯାଇଥିବାବେଳେ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଗୁରୁତ୍ୱକୁ ପ୍ରାଧାନ୍ୟ ଦିଆଯିବ |

ସମ୍ବନ୍ଧିତ ଖବର