ନୂଆଦିଲ୍ଲୀ : ବିଭିନ୍ନ ବର୍ଗର ଚାକିରି ପାଇଁ କେବଳ ଗୋଟିଏ ପ୍ରକାର ସାଧାରଣ ଯୋଗ୍ୟତା ପରୀକ୍ଷା(ସିଇଟି) ପରିଚାଳନା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ୍ ଏକ ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ପାଇଁ ଅନୁମୋଦନ କରିଛନ୍ତି। ଏହାଦ୍ବାରା ଦେଶର ଚାକିରି ଆଶାୟୀମାନେ ବିଶେଷ ଭାବରେ ଉପକୃତ ହେବା ସହ ବିଭିନ୍ନ କ୍ଷେତ୍ର ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ସୁବିଧା ହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ୨୦ଟି ବିଭିନ୍ନ ପ୍ରକାରର ନିଯୁକ୍ତି ସଂସ୍ଥା ରହିଛି। ଅବଶ୍ୟ ଯଦିଓ ସମ୍ପ୍ରତି ତିନିଟି ସାଧାରଣ ସଂସ୍ଥାର ପରୀକ୍ଷା ପରିଚାଳନା କରାଯାଉଛି, ତେବେ ଖୁବ୍ ଶୀଘ୍ର କେବଳ ଗୋଟିଏ ମାତ୍ର ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ। ସମ୍ପ୍ରତି ବିଭିନ୍ନ ଚାକିରି ପାଇଁ ପରୀକ୍ଷା କରାଉଥିବା ଷ୍ଟାଫ୍ ସିଲେକ୍ସନ କମିସନ, ରେଲୱେ ରିକ୍ରୁଟମେଣ୍ଟ୍ ବୋର୍ଡ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାକିଂ ସର୍ଭିସ ପର୍ସନେଲ୍ ପାଇଁ ପ୍ରଥମ ସ୍ତରର ସାଧାରଣ ପରୀକ୍ଷା ଏନ୍ଆର୍ଏ ଦ୍ବାରା ହିଁ ସମ୍ପାଦିତ ହେବ।
ଚାକିରି ପାଇଁ ଏବେ ଜାତୀୟ ନିଯୁକ୍ତି ସଂସ୍ଥା
/sambad/media/post_attachments/wp-content/uploads/2020/08/good_governance_0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)