ନୂଆ ବଜେଟ୍‌ରେ ଘୋଷଣା ହେବ ଜାତୀୟ ନିଯୁକ୍ତି ନୀତି

ପ୍ରତି ଉଦ୍ୟୋଗରେ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ରହିବ

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଦେଶରେ ନିଯୁକ୍ତି ସଂଖ୍ୟା ବଢାଇବାକୁ ପ୍ରତିଶୃତି ଦେଇ ମୋଦି ସରକାର ୨୦୧୪ରେ ବିପୁଳ ବିଜୟ ସହ କ୍ଷମତାକୁ ଆସିଥିଲେ । କିନ୍ତୁ ସରକାରଙ୍କ ବିଭିନ୍ନ ଉଦ୍ୟମ ସତ୍ତ୍ୱେ ଦେଶରେ ବେକାରୀ ସମସ୍ୟା ଅଧିକ ଖରାପ ଅବସ୍ଥା ଆଡକୁ ଗତି କରିଛି । ଆଗକୁ ୨୦୧୯ ନିର୍ବାଚନ ଥିବାରୁ ସରକାରଙ୍କ ଚିନ୍ତା ଆହୁରି ବଢିଯାଇଛି ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗାମୀ କେନ୍ଦ୍ର ବଜେଟ୍‌ରେ ଏକ ଜାତୀୟ ନିଯୁକ୍ତି ନୀତି ଘୋଷଣା କରିବାକୁ ବିଚାର କରୁଛନ୍ତି । ପ୍ରତି ଉଦ୍ୟୋଗରେ ଯେପରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସଂଗଠିତ କ୍ଷେତ୍ରରେ ଯେପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତାହା ଉପରେ ଏଥିରେ ଗୁରୁତ୍ୱ ରହିବ ବୋଲି ଏକ ଜାତୀୟ ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ଏହି ନୀତି ମାଧ୍ୟମରେ ପ୍ରତି ଉଦ୍ୟୋଗରେ କେତେ ନିଯୁକ୍ତି ସୃଷ୍ଟି ହେବ ସେଥିଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯିବ । ନିଯୁକ୍ତି ଦେବା ପାଇଁ କମ୍ପାନିମାନଙ୍କୁ ସରକାର ପ୍ରେତ୍ସାହିତ କରିବେ । ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମଏସଏମଇ) କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ରହିବ ।

 କେନ୍ଦ୍ର ସରକାର ଆଗାମୀ କେନ୍ଦ୍ର ବଜେଟ୍‌ରେ ଏକ ଜାତୀୟ ନିଯୁକ୍ତି ନୀତି ଘୋଷଣା କରିବାକୁ ବିଚାର କରୁଛନ୍ତି । ପ୍ରତି ଉଦ୍ୟୋଗରେ ଯେପରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସଂଗଠିତ କ୍ଷେତ୍ରରେ ଯେପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ତାହା ଉପରେ ଏଥିରେ ଗୁରୁତ୍ୱ ରହିବ  । ଏହି ନୀତି ମାଧ୍ୟମରେ ପ୍ରତି ଉଦ୍ୟୋଗରେ କେତେ ନିଯୁକ୍ତି ସୃଷ୍ଟି ହେବ ସେଥିଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯିବ । ନିଯୁକ୍ତି ଦେବା ପାଇଁ କମ୍ପାନିମାନଙ୍କୁ ସରକାର ପ୍ରେତ୍ସାହିତ କରିବେ । ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମଏସଏମଇ) କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ରହିବ ।

ଆଗାମୀ ବଜେଟ୍‌ ୧୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଶେଷ ସାଧାରଣ ବଜେଟ ହୋଇଥିବାରୁ ସରକାର ଯୁବପିଢିଙ୍କୁ ଆକୃଷ୍ଟ କରିବାକୁ ଅନେକ ଆକର୍ଷଣୀୟ ସୁବିଧା ସୁଯୋଗ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି ।
ଦେଶରେ ପ୍ରତି ବର୍ଷ ପ୍ରାୟ ୧ କୋଟି ଯୁବକ ଯୁବତୀ ନିଯୁକ୍ତି ଆଶାୟୀ ତାଲିକାରେ ଯୋଗ ଦେଉଛନ୍ତି । କିନ୍ତୁ ତାହାକୁ ତାଳଦେଇ ଦେଶରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନାହିଁ । ୨୦୧୫ରେ ମାତ୍ର ୧ ଲକ୍ଷ ୩୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା । ଯେବେକି ୨୦୧୪ରେ ୪ ଲକ୍ଷ ୨୧ ହଜାର ଓ ୨୦୧୩ରେ ୪ ଲକ୍ଷ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର