ନୂଆଦିଲ୍ଲୀ: ନେସନାଲ ହେରାଲଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଇଡି ଆଜି ଅପରାହ୍ନ ୧୨.୩୦ରେ ସମନ କରିଥିଲା ଏବଂ ତାଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଛି। ୟଙ୍ଗ୍ ଇଣ୍ଡିଆ ଲିମିଟେଡ୍ ଅଫିସ ସିଲ୍ କରିବାପରେ ଇଡି ଆଜି ଖଡ଼ଗେଙ୍କୁ ଜେରା କରିଛି। ଆଜି ରାଜ୍ୟସଭାରେ ମଧ୍ୟ ଖଡ଼ଗେ ଏନେଇ ସୂଚନା ଦେଇଥିଲେ। ଇତିମଧ୍ୟରେ ନେସନାଲ ହେରାଲଡ୍ ସହ ଜଡ଼ିତ ଅଧିକାରୀ ଏବଂ ତୃତୀୟ ପାର୍ଟି ମଧ୍ୟରେ ହାୱଲା କାରବାର ହୋଇଥିବା ନେଇ ଇଡିକୁ ପ୍ରମାଣ ମିଳିଛି। ୟଙ୍ଗ୍ ଇଣ୍ଡିଆ ଅଫିସ ପରିସରରେ ତଲାସୀ ଶେଷ ହେବାପରେ ଇଡି ନେସନାଲ ହେରାଲଡ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଚଢ଼ଉ ସମୟରେ ଇଡିକୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଛି। ମୁମ୍ବାଇ ଏବଂ କୋଲକାତାର ହାୱଲା ସଞ୍ଚାଳକଙ୍କ ମାଧ୍ୟମରେ କାରବାର ହୋଇଥବା ଜଣାପଡ଼ିଛି। ଇଡି ମଧ୍ୟ ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବୟାନର ପୁନଃ ତର୍ଜମା କରିବ। ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆନ୍ର ସମସ୍ତ ଆର୍ଥିକ ପରିଚାଳନା ମୋତିଲାଲ୍ ଭୋରାଙ୍କ ଦ୍ବାରା ହୋଇଥିବାନେଇ ରାହୁଲ ଏବଂ ସୋନିଆ ଯେଉଁ ମତ ରଖିଛନ୍ତି ତାହାକୁ ଇଡି ଗ୍ରହଣ କରିପାରିନି।
ନେସନାଲ ହେରାଲଡ ମାମଲା: ଖଡ଼ଗେଙ୍କୁ ଇଡି ଜେରା
ଇଡିକୁ ମିଳିଲା ହାୱଲା ଲିଙ୍କ୍, ସୋନିଆ, ରାହୁଲଙ୍କ ବୟାନର ପୁନଃ ତର୍ଜମା ହେବ
/sambad/media/post_attachments/wp-content/uploads/2022/08/f4h654h654fh65fhhfhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)