ନ୍ୟାସନାଲ ‌ହେରାଲ୍ଡ ମାମଲା: ରାହୁଲଙ୍କୁ ନୂଆ ସମନ ଜାରି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ନୂଆ ସମନ ଜାରି କରିଛି। ଜୁନ୍‌ ୧୩ ତାରିଖରେ ରାହୁଲ ଇଡିଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ଜୁନ୍‌ ୨ ତାରିଖରେ ରାହୁଲଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେ ବିଦେଶରେ ଥିବାରୁ ଜୁନ୍‌ ୫ ପରେ ଅନ୍ୟ ଏକ ତାରିଖରେ ତାଙ୍କୁ ସମନ କରିବାପାଇଁ କହିଥିଲେ। ତେଣୁ ରାହୁଲଙ୍କୁ ୧୩ ତାରିଖରେ ସମନ କରାଯାଇଛି। ଅନ୍ୟପକ୍ଷେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜୁନ୍‌ ୮ ତାରିଖରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଗତକାଲି ସୋନିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ପିଏମ୍‌ଏଲଏ ଅଧୀନରେ ସୋନିଆ ଏବଂ ରାହୁଲଙ୍କ ବୟାନ ରେକର୍ଡ କରାଯିବ। ତେବେ କଂଗ୍ରେସ ଇଡିର ଏହି ଯାଞ୍ଚ ପ୍ରକ୍ରିୟାକୁ ପ୍ରତିଶୋଧମୂଳକ ରାଜନୀତି ବୋଲି କହିଛି।

ସମ୍ବନ୍ଧିତ ଖବର