କଂଗ୍ରେସକୁ ଝଟ୍‌କା, ହେରାଲ୍‌ଡ ହାଉସ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ଓ ନେସନାଲ ହେରାଲ୍‌ଡର ପ୍ରକାଶକ ଆସୋସିଏଟେଡ୍‌ ଜର୍ଣ୍ଣାଲସ ଲିମିଟେଡ (ଏଜେଏଲ୍‌)କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଝଟକା ଦେଇଛନ୍ତି। ନ୍ୟାୟାଳୟ ଏଜେଏଲର ଆବେଦନକୁ ଖାରଜ କରି କହିଛନ୍ତି ଯେ ହେରାଲ୍‌ଡ ହାଉସ୍‌ ଖାଲି କରିବାର ପୁରୁଣା ଆଦେଶ ପାଳନ କରାଯିବ। ତେବେ କେବେ ସୁଦ୍ଧା ଏହି ଘର ଖାଲି କରିବାକୁ ପଡ଼ିବ, ସେ ସଂପର୍କରେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି ନ୍ୟାୟାଳୟ।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮ ଡିସେମ୍ବରରେ ଦୁଇ ସପ୍ତାହ ଭିତରେ ହେରାଲ୍‌ଡ ହାଉସ ଖାଲି କରିବାକୁ ଆଦେଶ ଦିଆଯାଇଥିଲା। ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ଓ ବିଚାରପତି ବି କେ ରାଓଙ୍କ ଖଣ୍ଡପୀଠ ଗତ ଫେବୃଆରି ୧୮ ତାରିଖରେ କେନ୍ଦ୍ର ସରକାର ଓ ଏଜେଏଲର ଆବେଦନ ଉପରେ ଫଇସଲାର ଶୁଣାଣିକୁ ସୁରକ୍ଷିତ ରଖିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଏଜେଏଲ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସଂପ୍ରତ୍ତି ନ୍ୟାୟାଳୟରେ ଯୁକ୍ତି ଦର୍ଶାଇଥିଲେ ଯେ କଂପାନିର ବହୁସଂଖ୍ୟକ ସେଆର୍‌ ୟଙ୍ଗ୍‌ ଇଣ୍ଡିଆକୁ ହସ୍ତାନ୍ତରିତ କରାଗଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବା ତାଙ୍କ ମାଆ ସୋନିଆ ଗାନ୍ଧୀ ‘ହେରାଲ୍‌ଡ ହାଉସର ମାଲିକ ହୋଇଯିବେ ନାହିଁ। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ଏହାର ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର