ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ସଂପର୍କିତ ୨ଟି କମ୍ପାନିର ୭୫୧.୯ କୋଟି ଟଙ୍କାର ସଂପତ୍ତି ଜବତ କରିଛି। ସେହି ଦୁଇଟି କମ୍ପାନି ହେଲା ଆସୋସିଏଟେଡ ଜର୍ଣ୍ଣାଲ୍ସ ଲିମିଟେଡ (ଏଜେଏଲ୍) ଏବଂ ୟଙ୍ଗ୍ ଇଣ୍ଡିଆନ୍। ୨୦୧୪ ମସିହାର ଅଭିଯୋଗ ପରେ ମନି ଲଣ୍ଡରିଂ ମାମଲାର ତଦନ୍ତ ପାଇଁ ଏକ ଅଦାଲତ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ କହିଥିଲେ ୟଙ୍ଗ ଇଣ୍ଡିଆନ୍ ସମେତ ୭ ଜଣ ଅଭିଯୁକ୍ତ ବ୍ୟକ୍ତି ଆସ୍ଥା ଭଙ୍ଗ, ଠକେଇ, ଅସାଧୁ ଉପାୟରେ ସଂପତ୍ତି ତୋଷରପାତ ଏବଂ ଆପରାଧିକ ଷଡ଼୍ଯନ୍ତ୍ର ଭଳି ଅପରାଧ କରିଥିଲେ। ୟଙ୍ଗ୍ ଇଣ୍ଡିଆନ୍ ଜରିଆରେ ଏଜେଏଲ୍ର କୋଟି କୋଟି ଟଙ୍କାର ସଂପତ୍ତି ଆହରଣ ପାଇଁ ଷଡ଼୍ଯନ୍ତ୍ର କରିଥିବା ତଦନ୍ତରୁ ଜଣାପଡ଼ିଛି। ଖବରକାଗଜ ପ୍ରକାଶ ପାଇଁ ରିହାତି ଦରରେ ଜମି ପାଇଥିବା ଏଜେଏଲ୍ ୨୦୦୮ରେ ବ୍ୟବସାୟ ବନ୍ଦ କରିଦେଇ ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp