ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ସଂପୃକ୍ତ ଥିବା ନ୍ୟାସନାଲ ହେରାଲ୍୍ଡ ମାମଲାରେ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ୱାମୀ ଆଜି ଅଦାଲତରେ ଆୟକର ବିଭାଗର ଦସ୍ତାବିଜ ଦାଖଲ କରିଛନ୍ତି। ଏହି ଦସ୍ତାବିଜ ଆଧାରରେ କଂଗ୍ରେସର ଶୀର୍ଷ ନେତାଙ୍କ ବିରୋଧରେ ୪୧୪ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ସାବ୍ୟସ୍ତ ହେଉଛି ବୋଲି ସ୍ୱାମୀ ପଟିଆଲା ହାଉସ୍ କୋର୍ଟଙ୍କୁ କହିଛନ୍ତି। ବିଚାରଣକାରୀ ଅଦାଲତରେ ସ୍ୱାମୀ ୟଙ୍ଗ ଇଣ୍ଡିଆନ୍ କମ୍ପାନି ବିରୋଧରେ ଦାଖଲ କରିଥିବା ଆୟକର ବଭାଗର ବିଭିନ୍ନ ନିର୍ଦ୍ଦେଶନାମାର ନକଲ ଦାଖଲ କରିଥିଲେ। ନ୍ୟାସନାଲ୍୍ ହେରାଲ୍୍ଡ’କୁ ଚଳାଉଥିବା ୟଙ୍ଗ୍ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ ଦୁର୍ନୀତିପୂର୍ଣ୍ଣ ଉପାୟରେ କାରବାର ଚଳାଇଥିବାରୁ ଆୟକର ବିଭାଗ ନିକଟରେ ଏହି ସଂସ୍ଥାକୁ ୪୧୪ କୋଟି ଟଙ୍କାର ଜୋରିମାନା ଲାଗୁ କରିଥିବାରୁ ସ୍ୱାମୀ ଏ ବାବଦ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିଥିଲେ। ୧୦୫ ପୃଷ୍ଠାର ଏହି ଦସ୍ତାବିଜରେ ବ୍ୟାପକ ବେଆଇନ କାରବାର ସଂପର୍କିତ ତଥ୍ୟ ରହିଛି ବୋଲି ସ୍ୱାମୀ କହିଛନ୍ତି। କଂଗ୍ରେସ ଦଳ ଏସୋସିଏଟସ୍ ଜର୍ଣ୍ଣାଲ ଲିମିଟେଡକୁ ୯୦ କୋଟି ଟଙ୍କା ଦେବାପାଇଁ ଯେଉଁ ଦାବି କରିଛି ସେଥିରେ ଆଦୌ ସତ୍ୟତା ନାହିଁ ବୋଲି ସ୍ୱାମୀ କହିଛନ୍ତି। ଏ ସଂକ୍ରାନ୍ତରେ କଂଗ୍ରେସର ସମସ୍ତ କାରବାର କେବଳ ଏକ ବଡ଼ ଦୁର୍ନୀତି ଥିଲା ବୋଲି ସ୍ୱାମୀ କହିଛନ୍ତି।
ନ୍ୟାସନାଲ ହେରାଲ୍ଡ ମାମଲା, ୟଙ୍ଗ୍ ଇଣ୍ଡିଆନ’କୁ ୪୧୪ କୋଟି ଟଙ୍କାର ଜୋରିମାନା
କୋର୍ଟରେ ଦସ୍ତାବିଜ୍ ଦାଖଲ କଲେ ସ୍ୱାମୀ
/sambad/media/post_attachments/wp-content/uploads/2018/01/subramanian-swamy-vs-gandhis-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)