ନୂଆଦିଲ୍ଲୀ: ନ୍ୟାସ୍ନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଟିକସ ପ୍ରସଙ୍ଗ ପୁଣି ଖୋଲିବ। ଆୟକର ବିଭାଗ ଏମାନଙ୍କ ଟିକସ ମୂଲ୍ୟାୟନ କରିବ। ଏଥିପାଇଁ ମଙ୍ଗଳବାର ସୁପ୍ରିମ୍ କୋର୍ଟ ବିଭାଗକୁ ଅନୁମତି ଦେଇଛନ୍ତି। ଟିକସ ମୂଲ୍ୟାୟନ ବାଦ୍ ଏ ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମଧ୍ୟ ସର୍ବୋଚ୍ଚ ଅଦାଲତ ଅନୁମତି ଦେଇଥିବା ଜଣାପଡ଼ିଛି। କିନ୍ତୁ କୌଣସି ଚୂଡ଼ାନ୍ତ ପଦକ୍ଷେପ ନେବାକୁ ବାରଣ କରାଯାଇଛି। ମାମଲାରେ ରାହୁଲ ଓ ସୋନିଆଙ୍କ ବ୍ୟତୀତ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜ୍ଙ୍କ ଟିକସର ମଧ୍ୟ ପୁନଃ ମୂଲ୍ୟାୟନ କରାଯିବ। ୨୦୧୦-୧୧ ଆର୍ଥିକ ବର୍ଷର ଟିକସ ମୂଲ୍ୟାୟନ ପାଇଁ ଏହି ଅନୁମତି ମିଳିଛି।
୨୦୧୦-୧୧ ବର୍ଷର ଟିକସ ପୁନଃ ମୂଲ୍ୟାୟନକୁ ରୋକିବା ପାଇଁ ତିନିଜଣ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦିଲ୍ଲୀ ହାଇକୋର୍ଟ ଆବେଦନକୁ ଖାରଜ କରିବା ପରେ ସେମାନେ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍) ସମ୍ପର୍କିତ ମାମଲାରେ ଏମାନଙ୍କ ଟିକସ ମାମଲାର ଖୋଳତାଡ଼ ଜାରି ରହିବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଆୟକର ବିଭାଗ ୮ ବର୍ଷ ପରେ କଂଗ୍ରେସ ନେତାମାନଙ୍କର ଟିକସ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ନିକଟରେ କଂଗ୍ରେସ ଅଭିଯୋଗ କରିଥିଲା।
ନ୍ୟାସ୍ନାଲ୍ ହେରାଲ୍ଡ ମାମଲା:ସୋନିଆ, ରାହୁଲଙ୍କ ଆୟକର ମୂଲ୍ୟାୟନ ହେବ
/sambad/media/post_attachments/wp-content/uploads/2018/12/sonia-rahulfb_647_031617035140.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)