ଓଡ଼ିଶାରେ ରାଜପଥଗୁଡ଼ିକର ମରାମତି କାର୍ଯ୍ୟ ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ର ଅବଧି ପରେ ତଥା ଅନଲକ୍‌ର ଆରମ୍ଭ ହେବା ସହିତ ଜାତୀୟ ରାଜପଥଗୁଡ଼ିକର ଚଉଡ଼ା କରିବା, କ୍ଷତିଗ୍ରସ୍ତ ଡ୍ରେନେଜ୍‌ଗୁଡ଼ିକର ନିର୍ମାଣ ତଥା ନାଳଗୁଡ଼ିକର କ୍ରସ ଡ୍ୟାମେଜ କାର୍ଯ୍ୟ ଆରମ୍ଭ କରାଯିବାକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଓଡ଼ିଶା ସମେତ ୧୦ଟି ରାଜ୍ୟରେ ଏ ନେଇ ବିଭିନ୍ନ ବିଭାଗ ଦ୍ବାରା ମନ୍ତ୍ରାଳୟ ପକ୍ଷରୁ ଅର୍ଥରାଶି ମଧ୍ୟ ଆବଣ୍ଟନ କରି ଦିଆଯାଇଛି। ଏତଦ୍‌ବ୍ୟତୀତ ସଡ଼କ ସୁରକ୍ଷା ଅନ୍ତର୍ଗତ ରାଜପଥଗୁଡ଼ିକର ମରାମତି ପାଇଁ ମଧ୍ୟ ରାଜ୍ୟମାନଙ୍କରେ ମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ବାରା ଚଳିତ ଆର୍ଥିକବର୍ଷର ଆରମ୍ଭରେ ଜାତୀୟ ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ରାଜ୍ୟୱାରୀ ତାଲିକା ପ୍ରସ୍ତୁତ କରାଯାଇଥିଲା। ହେଲେ ଲକ୍‌ଡାଉନ୍‌ ଘୋଷଣା ହେବାପରେ କାର୍ଯ୍ୟ ଠପ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର