ନୂଆଦିଲ୍ଲୀ: ମଙ୍ଗଳବାର ସରକାର ଜାତୀୟ ମେଡିକାଲ କମିସନ ବିଲ୍କୁ ପାର୍ଲିଆମେଣ୍ଟାରି ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଦେଶବ୍ୟାପି ଚାଲିଥିବା ଡାକ୍ତରମାନଙ୍କର ଧର୍ମଘଟ ପ୍ରତ୍ୟାହୃତ ହୋଇଛି।
ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)କୁ ଭାରତୀୟ ମେଡିକାଲ କାଉନ୍ସିଲ (ଆଇଏମ୍ସି)ରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଜି ସଂସଦରେ ଆଗତ କରିବାକୁ ଥିବା ଜାତୀୟ ମେଡିକାଲ କମିସନ ବିଲ୍କୁ ବିରୋଧ କରି ଆଜି ଦେଶବ୍ୟାପି ଡାକ୍ତର ଧର୍ମଘଟ କରିଥିଲେ। ଡାକ୍ତରମାନଙ୍କର ଧର୍ମଘଟ ଫଳରେ ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଠପ୍ ହୋଇ ପଡ଼ିଥିବା ବେଳେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
/sambad/media/post_attachments/wp-content/uploads/2018/01/parliament-of-india-300x200.jpg)
ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ସରକାର ଲୋକସଭାରେ କହିଛନ୍ତି ଯେ ଡାକ୍ତରମାନଙ୍କର ଧର୍ମଘଟକୁ ଦୃଷ୍ଟିରେ ରଖି ସରକାର ଏହି ବିଲ୍କୁ ପାର୍ଲିଆମେଣ୍ଟାରି ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଆଜି ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କୁ, ସଂସଦର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ପାର୍ଲିଆମେଣ୍ଟାରି ଷ୍ଟାଣ୍ଡିଂ କମିଟି ଯେପରି ଏ ସଂକ୍ରାନ୍ତରେ ନିଜର ରିପୋର୍ଟ ଓ ପ୍ରସ୍ତାବ ସଂସଦରେ ଆଗତ କରେ ସେନେଇ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)କୁ ଭାରତୀୟ ମେଡିକାଲ କାଉନ୍ସିଲ (ଆଇଏମ୍ସି)ରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଜି ସଂସଦରେ ଜାତୀୟ ମେଡିକାଲ କମିସନ ବିଲ୍ ଆଗତ କରିବାର ପ୍ରସ୍ତାବ ରହିଥିଲା। ଏହି ଜାତୀୟ ମେଡିକାଲ କମିଶନ ବିଲ୍ ସଂପର୍କରେ ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କହିଥିଲେ ଯେ ଏହି ପ୍ରସ୍ତାବିତ ବିଲ୍ଟି ପାସ୍ ହେଲେ ଡାକ୍ତରମାନଙ୍କର ଅନେକ ସୁବିଧା ହେବା ସହ ସେମାନେ ବହୁଭାବେ ଉପକୃତ ହୋଇ ପାରିବେ।
India.comହେଲେ, ଅନ୍ୟପକ୍ଷରେ ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ଏହି ଜାତୀୟ ମେଡିକାଲ କମିସନ ବିଲ୍ ଯଦି ଆଜି ସଂସଦରେ ପାସ୍ ହୋଇଯାଏ, ତେବେ ଭାରତୀୟ ମେଡିକାଲ ଇତିହାସରେ ଏହା କଳାଦିନ ଭାବେ ପରିଗଣିତ ହେବ। ତେଣୁ ସରକାରଙ୍କର ଏହି ବିଲ୍କୁ ବିିରୋଧ କରି ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଡାକ୍ତର ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆ ଯାଇଥିଲା।
ଦେଶବ୍ୟାପୀ ସରକାରୀ ଓ ଘରୋଇ ଡାକ୍ତରଖାନାର ପ୍ରାୟ ୩ ଲକ୍ଷ ଡାକ୍ତର ଆଜିର ଏହି ଧର୍ମଘଟରେ ସାମିଲ ହୋଇଥିଲେ। ଆଇଏମ୍ଏର କହିବା ମୁତାବକ, ଏହି ଜାତୀୟ ମେଡିକାଲ କମିଶନ ବିଲ୍ ଆଇନ୍ରେ ପରିଣତ ହେଲେ, ଦେଶବ୍ୟାପୀ ଡାକ୍ତରୀ ସେବା ମହଙ୍ଗା ହେବା ସହିତ ଚିକିତ୍ସା କ୍ଷେତ୍ରରେ ଦୁର୍ନୀତି ବଢ଼ିବ। ଏବେ ଘରୋଇ ମେଡିକାଲ କଲେଜଗୁଡ଼ିିକର ୧୫ ପ୍ରତିଶତ ସ୍ଥାନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଥିବା ବେଳେ ଏହି ବିଲ୍ ପାସ୍ ହେବା ପରେ ୬୦ ପ୍ରତିଶତ ଆସନ ଉପରେ ସରକାର ଫି’ ନିର୍ଦ୍ଧାରଣ କରିବେ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା, ଏବେ ଏମ୍ବିବିଏସ୍ ପାସ୍ କରିବା ପରେ ବି ଡାକ୍ତରୀ ଛାତ୍ରଙ୍କୁ ଲାଇସେନ୍ସ ପାଇଁ ନିଟ୍ ଭଳି ଆଉ ଏକ ପରୀକ୍ଷା ଦେବାକୁ ପଡ଼ିବ। ତେଣୁ ଏହାକୁ ଡାକ୍ତରୀ ସଂଘ ଜୋରଦାର ବିରୋଧ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/doc-protest-86_647_052716104748_111617103055.jpg)