ନୂଆଦିଲ୍ଲୀ : ‘ଭାରତ ଯୋଡ଼ୋ ଯାତ୍ରା’ରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣିଥରେ ଟ୍ରୋଲ୍ ହୋଇଛନ୍ତି। ବୁଧବାର ଦିନ ପଦଯାତ୍ରା ସମୟରେ ଭାରତର ଜାତୀୟ ସଂଗୀତ ବାଜିବା ବଦଳରେ ନେପାଳର ଜାତୀୟ ସଂଗୀତ ବାଜିଥିଲା। ଏହାର ଏକ ଭିଡିଓ ଏବେ ଇଣ୍ଟରନେଟ୍ରେ ଭାଇରାଲ୍ ହେବାରେ ଲାଗିଛି।
ଏହି ଭିଡିଓ କ୍ଲିପ୍ରେ ଦେଖିବାକୁ ମିଳୁଛି ଯେ ରାହୁଲ ତାଙ୍କ ଭାଷଣ ଶେଷରେ ‘ଜାତୀୟ ସଂଗୀତ’ ବଜାଇବାକୁ କହୁଛନ୍ତି। କିନ୍ତୁ ଭାରତର ଜାତୀୟ ସଂଗୀତ ବାଜିବା ବଦଳରେ ନେପାଳର ଜାତୀୟ ସଂଗୀତ ବାଜିଥିଲା। ତୁରନ୍ତ ଏହି ତ୍ରୁଟି ସଂଶୋଧନ କରି ଭାରତର ଜାତୀୟ ସଂଗୀତ ପୁଣିଥରେ ବଜାଯାଇଥିଲା। କିନ୍ତୁ ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଇତି ମଧ୍ୟରେ ବିଜେପି ନେତାମାନେ ଏହି ପ୍ରସଙ୍ଗରେ ରାହୁଲଙ୍କୁ ଘେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/bharat-jodo.jpg)