ନ୍ୟାସନାଲ ରେନ୍‌ଫେଡ଼ ଏରିଆ ଅଥରିଟି ସିଇଓଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ : ନ୍ୟାସନାଲ ରେନ୍‌ଫେଡ଼ ଏରିଆ ଅଥରିଟିର ସିଇଓ ରୂପେ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ୧୯୮୪ର ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡର ଅଧିକାରୀ ଡଃ ଅଶୋକ ଏମ୍‌ ଆର ଦଲୱାଇଙ୍କର କାର୍ଯ୍ୟ ଅବଧିକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ ଦ୍ବାରା ଆଉ ୨ ବର୍ଷ ବୃଦ୍ଧି କରାଯାଇଛି। ୨୦୧୭ରେ ଅଶୋକ ଦଲୱାଇ ‌କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ରୂବେ ଅବସ୍ଥାପିତ ସମୟରେ ନ୍ୟାସନାଲ ରେନଫେଡ ଏରିଆ ଅଥରିଟିର ସିଇଓ ରୂପେ ନିଯୁକ୍ତି ମିଳିଥିଲା। ୨୦୧୮ ମସିହା ଜୁନ୍‌ ୩୦ ତାରିଖରେ ସେ ଅବସର ନେବା ପରେ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଆଜିର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ର ଅନୁମୋଦନ ଅନୁସାରେ ଆଉ ୨ ବର୍ଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ଅବଧିକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର