ଆଧାର ନ ଥିବା ହେତୁ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାରୁ ବାରଣ କରିପାରିବେ ନାହିଁ ସ୍କୁଲ୍‌

ନୂଆଦିଲ୍ଲୀ: ‘ଆଧାର’ନମ୍ବର ଜାରି କରୁଥିବା ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି କି କୌଣସି ସ୍କୁଲ୍‌ ଆଧାର ନ ଥିବା ହେତୁ କୌଣସି ଛାତ୍ରକୁ ନାମ ଲେଖାଇବାରୁ ବଞ୍ଚତ କରିପାରିବେ ନାହିଁ।

ସଂପ୍ରତି ୟୁଆଇଡିଏଆଇ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ରଲେଖି ସୂଚନା ଦିଆଯାଇଛି କି, କେତେକ ସ୍କୁଲ୍‌ ଆଧାର ନଥିବା ହେତୁ ଛାତ୍ରଛାତ୍ରୀଙ୍କୁ ନାମଲେଖାରୁ ବଞ୍ଚତ କରୁଛନ୍ତି। ମାତ୍ର କୌଣସି ଶିଶୁ ଯେପରି ଆଧାର ନଥିବା ହେତୁ ଶିକ୍ଷା ଅଧିକାରରୁ ବଞ୍ଚତ ନ ହୁଏ, ତାହା ତଦାରଖ କରିବାକୁ ହେବ।

ଆଧାର ନ ଥିବା ହେତୁ ନାମ ଲେଖାଇବା ଲାଗି ବାରଣ କରିବା ଆଦୌ ଆଇନ ସମ୍ମତ ନୁହେଁ। କୌଣସି ଛାତ୍ର ଏହି କାରଣ ଲାଗି ଯେପରି ନାମ ଲେଖାରୁ ବଞ୍ଚତ ନ ହୁଅନ୍ତି।

NDTV Khabar

ୟୁଆଇଏଡିଆଇ ପକ୍ଷରୁ ଜାରି ଏହି ସୂଚନା ବହୁ ଅଭିଭାବକଙ୍କୁ ଆଶ୍ୱସ୍ତି ଦେଇଛି। କାରଣ ପିଲାଙ୍କର ଆଧାର ନ ଥିବା ହେତୁ ଅନେକ ଅଭିଭାବକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯାହାର ଆଧାର ନାହିଁ, ସେ କ୍ଷେତ୍ରରେ ପରିଚୟ ପ୍ରମାଣ ଲାଗି ଅନ୍ୟ ଦସ୍ତାବିଜ ବ୍ୟବହାର କରାଯାଇପାରିବ ବୋଲି ୟୁଆଇଡିଏଆଇ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର