ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶିକ୍ଷା ପରିଷଦ ସମସ୍ତ ମଦ୍ରାସାଗୁଡିକରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରି ଦେଇଛି। ସମସ୍ତ ମାଦ୍ରାସାଗୁଡିକରେ ଅନ୍ୟ ଦୁଆ ସହିତ ଜାତୀୟ ସଙ୍ଗୀତ ଶିକ୍ଷକ ଓ ଛାତ୍ରମାନଙ୍କୁ ଏକା ସିହତ ଗାନ କରିବାକୁ ପଡିବ। ପରିଷଦ ଗୁରୁବାର ବୈଠକରେ ନିଷ୍ପତ୍ତି ନେଇଛି ଯେ ମଇ ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ମଦ୍ରାସାଗୁଡିକରେ ପରୀକ୍ଷା କରାଯିବ। ମାଦ୍ରାସାରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଅନଲାଇନ କରାଯିବ। ମାଦ୍ରାସାର ଶିକ୍ଷକମାନେ ସମୟରେ ଉପସ୍ଥିତ ହୋବା ପାଇଁ ବାୟୋମେଟ୍ରିକ୍ ପ୍ରଣାଳୀ ଲାଗୁ କରାଯିବ।
ଶିକ୍ଷଣର ଗୁଣବତ୍ତା ବଢାଇବା ପାଇଁ ଓ ପରିବାରବାଦ ରୋକିବା ପାଇଁ ମଦ୍ରାସାର ଶିକ୍ଷକଙ୍କ ପାଇଁ ପରୀକ୍ଷା ବ୍ୟବସ୍ଥା କରାଯିବ। ୨୦ ମଇ ପରେ ମାଧ୍ୟମିକ ଶିକ୍ଷା ପରିଷଦର ବିଦ୍ୟାଳୟଗୁଡିକରେ ଖରା ଯୋଗୁଁ ଛୁଟି ଓ ଉତ୍ତର ପ୍ରଦେଶ ବୋର୍ଡର ଖାତା ଦେଖାଥିବା ଯୋଗୁଁ ମହାବିଦ୍ୟାଳୟ ଖାଲି ନଥିବାରୁ ମାଦ୍ରାସା ବୋର୍ଡର ପରୀକ୍ଷା ଅନ୍ୟ ମଦ୍ରାସା ଗୁଡିକରେ ଅନୁଷ୍ଠିତ ହେବ। ବୈଠକରେ ସ୍ଥିର କରାଯାଇଛି ଯେ ମଦ୍ରାସା ବୋର୍ଡରେ ଏବେ ଛଅଟି ବିଷୟର ପରୀକ୍ଷା ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣାରେ ଦିନିୟାତ ବ୍ୟତୀତ ହିନ୍ଦୀ, ଇଂରାଜୀ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନର ପ୍ରଶ୍ନପତ୍ର ରହିବ। ବୈଠକରେ ବୋର୍ଡର ସଦସ୍ୟ କମର ଅଲୀ, ତନବିର ରିଜବି, ଡକ୍ଟର ଇମ୍ରାନ୍ ଅହମଦ, ଅସଦ ହୁସେନ୍, ରେଜିଷ୍ଚ୍ରାର ଶେଷନାଥ ପାଣ୍ଡେୟ, ଆଶିଷ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/1129379c-0aa8-4143-b387-f497662f5642.jpg)