ନୂଆଦିଲ୍ଲୀ: ସିନେମା ହଲ୍ରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଜାତୀୟ ସଂଗୀତ ପରିବେଷଣକୁ ସୁପ୍ରିମକୋର୍ଟ ବାଧ୍ୟତାମୂଳକ କରିବାର ଏଗାର ମାସ ପରେ ଆଜି ଏହି ଆଦେଶରେ ପରିବର୍ତ୍ତନ ଆଣିବାର ସଂକେତ ଦେଇଛନ୍ତି। ସିନେମା ହଲ୍ ସମେତ ସର୍ବସାଧାରଣ ସ୍ଥଳରେ ଜାତୀୟ ସଂଗୀତ ପରିବେଷଣ ନେଇ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ନୀତି ନିୟମ ଆଣିବାକୁ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏଏମ୍ ଖାନ୍ ଓ୍ଵିଲକର ଏବଂ ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି।
ସୁତରାଂ ଜାତୀୟ ସଂଗୀତ ପରିବେଷଣ ବେଳେ ଠିଆ ହେବାଟା ବାଧ୍ୟତାମୂଳକ କି ନୁହେଁ ତାହା ଏବେ ସରକାରଙ୍କ ନୀତି ନିର୍ଦ୍ଧାରଣ ଉପରେ ନିର୍ଭର କରୁଛି ବୋଲି ଚର୍ଚ୍ଚା ହେଉଛି। ସେହିପରି ଦେଶଭକ୍ତି କେବେ ଅଦାଲତଙ୍କ ଆଦେଶ ଦ୍ୱାରା ପର୍ଯ୍ୟବଷିତ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଜାତୀୟ ସଂଗୀତ ପରିବେଷଣ ବେଳେ କେହି ଛିଡ଼ା ହୋଇପଡ଼ିବା ଦେଶଭକ୍ତିର ପରିମାପକ ନୁହେଁ ବୋଲି ଟିପ୍ପଣୀ କରିଛନ୍ତି।
ଗତବର୍ଷ ନଭେମ୍ବର ୩୦ ତାରିଖରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ସିନେମା ହଲ୍ରେ ଚଳଚ୍ଚିତ୍ର ଖେଳିବା ପୂର୍ବରୁ ଜାତୀୟ ସଂଗୀତ ପରିବେଷଣ କରିବା ବାଧ୍ୟତାମୂଳକ ବୋଲି କହିଥିଲେ। ଅପରପକ୍ଷେ, ପ୍ରଦର୍ଶିତ ସିନେମାରେ ଜାତୀୟ ସଂଗୀତ ଏକ ଅଂଶ ବିଶେଷ ହୋଇଥିଲେ ଦର୍ଶକମାନେ ଛିଡ଼ା ହେବାକୁ ବାଧ୍ୟ ନୁହେଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ପରେ ସ୍ପଷ୍ଟ କରିଥିଲେ। ତେବେ ଏହାକୁ ନେଇ ସିନେମା ହଲ୍ରେ ଅନେକ ଅପ୍ରୀତିକର ସ୍ଥିତି ଉପୁଜିବା ପରେ ଅଦାଲତଙ୍କ ଏହି ନିର୍ଦ୍ଦେଶନାମାକୁ ନେଇ ବିତର୍କ ଉଠିଥିଲା।
ଜାତୀୟ ସଂଗୀତ ପରିବେଷଣ ବେଳେ ଛିଡ଼ାହେବା ଦେଶଭକ୍ତିର ପରିମାପକ ନୁହେଁ
/sambad/media/post_attachments/wp-content/uploads/2017/10/Supreme-court-generic-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)