ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଜଣେ ମନୋନୀତ

ନୂଆଦିଲ୍ଲୀ : ସେପ୍ଟେମ୍ବର ୫ ତାରିଖରେ ଗୁରୁଦିବସ ଉପଲକ୍ଷେ ଦେଶର ମୋଟ୍‌ ୪୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୧୭ରେ ପୁରସ୍କୃତ କରାଯିବ। ଓଡ଼ିଶାର ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅମ୍‌ ପ୍ରକାଶ ମିଶ୍ରଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ଚୟନ ହୋଇଥିବା ଶିକ୍ଷକମାନଙ୍କୁ ଏହି ଜାତୀୟ ପୁରସ୍କାରରେ ସମ୍ମାନିତ କରିବେ। ତେବେ ପ୍ରଥମ ଥର ପାଇଁ କମ୍‌ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି। ଗତବର୍ଷ ଦେଶର ସମୁଦାୟ ୩୭୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର