ନୂଆଦିଲ୍ଲୀ: ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ପ୍ରତୀକ ଅମର ଯବାନ ଜ୍ୟୋତି ଆଜି ଜାତୀୟ ଯୁଦ୍ଧ ସ୍ମାରକୀ ଜ୍ୟୋତିରେ ବିଲୟ ହୋଇଯାଇଛି । କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଆଜି ଆନୁଷ୍ଠାନିକ ଭାବେ ଏହି ବିଲୟ ପ୍ରକ୍ରିୟା ସଂପନ୍ନ କରିଛନ୍ତି। ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ସ୍ଥାପନ ହୋଇଥିଲା। ଦୀର୍ଘ ୫୦ ବର୍ଷ ପରେ ଆଜି ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅମର ଯବାନ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକରେ ବିଲୟ ହୋଇଯାଇଛି । ଏ ବାବଦରେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଥିଲେ। ଆଜି ସେନାର ଏକ ସ୍ବତନ୍ତ୍ର ଉତ୍ସବରେ ଅମର ଜବାନ ଜ୍ୟୋତିରେ ଜଳୁଥିବା ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକରେ ମିଳାଇ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପୂର୍ବତନ ସୈନିକମାନେ ସ୍ବାଗତ କରିଛନ୍ତି। ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ପିଜେଏସ୍ ପନ୍ନୁ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ସଂପୂର୍ଣ୍ଣ ସ୍ବାଗତଯୋଗ୍ୟ। ଜାତୀୟ ଯୁଦ୍ଧ ସ୍ମାରକରେ ଅମର ଜବାନ ଜ୍ୟୋତିର ବିଲୟ ସୈନିକଙ୍କ ସମ୍ମାନରେ ଅତି ମହତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଅମର ଜବାନ ଜ୍ୟୋତିର ବିଲୟକୁ ନେି କଂଗ୍ରେସ ସମେତ କେତେକ ବିରୋଧୀ ଦଳ ବିରୋଧ କରିଛନ୍ତି ଏବଂ ସରକାର ଅମର ଜବାନ ଜ୍ୟୋତିକୁ ଲିଭାଇ ଦେଇଥିବା ଅଭିଯୋଗ କରିଥିବାରୁ ଏହାକୁ ନେଇ ବିବାଦ ଉପୁଜିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ସୈନିକଙ୍କ ସମ୍ମାନ ଓ ସହିଦଙ୍କ ବଳିଦାନକୁ ସରକାର ଅସମ୍ମାନ କରିଛନ୍ତି ବୋଲି କହିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର କଡ଼ା ଜବାବ ଦେଇଛନ୍ତି। ଦେଶର ସୁରକ୍ଷା ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରି ଆସୁଥିବା ରାହୁଲ ଗାନ୍ଧି ଅମର ଜବାନ ଜ୍ୟୋତିକୁ ଲିଭାଇ ଦେଇଥିବା ନେଇ ଯାହା କହୁଛନ୍ତି ତାହା ଡାହା ମିଛ ଏବଂ ଏହି ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକରେ ବିଲୟ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/national-war-memorial.jpg)